ETV Bharat / city

ନିର୍ଦ୍ଦେଶାଳୟ ଓ ପ୍ରଶାସନିକ ବିଭାଗର ଏକୀକରଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

author img

By

Published : Aug 21, 2019, 11:03 PM IST

ଆରମ୍ଭ ହେଲା ପ୍ରଶାସନିକ ସଂସ୍କାର । ଏକାଠି ମିଶିଲା ନିର୍ଦ୍ଦେଶାଳୟ ଓ ବିଭାଗ । ଶାସନକୁ ଅଧିକ ସ୍ବଛ ଓ ସରଳ କରିବା ପାଇଁ ପଦକ୍ଷେପ ।

ଫାଇଲ ଫଟୋ

ଭୁବନେଶ୍ବର: ନିର୍ଦ୍ଦେଶାଳୟ ଓ ବିଭାଗର ଏକୀକରଣକୁ ସରକାରୀ ମଞ୍ଜୁରୀ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଏକୀକରଣ ପ୍ରକ୍ରିୟାକୁ ଯଥାସମ୍ଭବ ତ୍ବରାନ୍ବିତ କରିବାକୁ କୁହାଯାଇଛି । ଏକୀକରଣ ପରେ ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ମୂଳ ବିଭାଗ ପାଇଁ ଭିନ୍ନ ଭିନ୍ନ ଫାଇଲ ଯିବନି ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ନିର୍ଦ୍ଦେଶାଳୟ ଓ ମୂଳ ବିଭାଗର ଏକୀକରଣ ପରେ ଏହା ମୂଳ ବା ପ୍ରଶାସନିକ ବିଭାଗରେ କିମ୍ବା ନିର୍ଦ୍ଦେଶାଳୟରେ କାର୍ଯ୍ୟ କରିବ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟରେ ଉପଲବ୍ଧ ସ୍ଥାନ ଆଧାରରେ ସେନେଇ ନିଷ୍ପତ୍ତି ନିଆଯିବ । ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯିବା ପ୍ରସ୍ତାବକୁ ଆଉ ପ୍ରଶାସନିକ ବିଭାଗରେ ପୁନଃ ଯାଞ୍ଚ କିମ୍ବା ପ୍ରଶାସନିକ ବିଭାଗ ଦ୍ବାରା ଆଉ ଥରେ ପ୍ରକ୍ରିୟା କରାଯିବାର ଆବଶ୍ୟକତା ନାହିଁ ।

ଏକକୀରଣ ପରେ ଉଭୟ କାର୍ଯ୍ୟାଳୟରେ ଥିବା ଅଫିସ ଏଷ୍ଟାବ୍ଲିସମେଣ୍ଟ, ଇସୁ ଓ ଆକାଉଣ୍ଟସ ଭଳି ବିଭାଗର ବ୍ୟବସ୍ଥିତ ଭାବେ ବଣ୍ଟନ କରାଯାଇବା ଆବଶ୍ୟକ ।

ଏକୀକରଣ ବିଭାଗରେ ଡିଡିଓ ଓ ଏଷ୍ଟାବ୍ଲିସମେଣ୍ଟ ଅଫିସରମାନଙ୍କୁ ଯୁକ୍ତି ସଙ୍ଗତ ଭାବେ ଥଇଥାନ କରାଯିବ । ଯାହାଦ୍ବାରା ସରକାରୀ କାର୍ଯ୍ୟରେ ଦୋହରୀକରଣ ହେବନି ଏବଂ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ । ଏକୀକରଣ ପରେ ବଳକା ହେବାକୁ ଥିବା କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇଦିଆଯିବ ବୋଲି ଜଣାପଡିଛି । ଯାହାଦ୍ବାରା ସେମାନଙ୍କୁ ଅନ୍ୟ ଖାଲି ସ୍ଥାନରେ ପୁନଃ ନିଯୁକ୍ତି ଦିଆଯିବ । ଏଥିସହିତ ଅର୍ଥ ବିଭାଗର ନିୟମାବଳୀ ଅନୁଯାୟୀ ତଳ ସ୍ତରର ଖାଲି ପଦବୀକୁ ଉଚ୍ଛେଦ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।

ଏକୀକରଣ ପରେ ଉଭୟ ବିଭାଗର କର୍ମଚାରୀଙ୍କ ଗ୍ରେଡ, ପଦୋନ୍ନତି ଓ ଦରମାରେ କୌଣସି ପରିବର୍ତ୍ତନ ହେବନାହିଁ । ପଦୋନ୍ନତି, ମୃତ୍ୟୁ କିମ୍ବା ଇସ୍ତଫା ପରେ ନିର୍ଦ୍ଦେଶାଳୟରେ ଖାଲି ହେଉଥିବା ପଦବୀ ଉଚ୍ଛେଦ ହୋଇଯିବ । ତେବେ ଆବଶ୍ୟକ ସ୍ଥଳେ ଅର୍ଥ ବିଭାଗର ଅନୁମୋଦନରେ ସଚିବାଳୟ କମନ କ୍ୟାଡରରୁ ଏହିସବୁ ପଦବୀ ପୂରଣ ହେବ । ନିର୍ଦ୍ଦେଶାଳୟରେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ କୌଣସି ନିଯୁକ୍ତି ହେବନି । ଏଥିସହିତ ଏଣିକି ନିର୍ଦ୍ଦେଶାଳୟ ପାଇଁ ସ୍ବତନ୍ତ୍ର ବଜେଟ ହେବନି । ପ୍ରଶାସନିକ ବିଭାଗ ଦ୍ବାରା ଏକୀକରଣ ବିଭାଗ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ ହେବ । ଏହା ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ ହେବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.