ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିର (Odisha corona cases) । ଗତକାଲି ୪୨୪ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ପୁଣି ସମାନ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪୬ ଜଣ ଥିବାବେଳେ ୧୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଥିବାବେଳେ ବାଲେଶ୍ବରରୁ ୨୯, ବରଗଡରୁ ୫,ଭଦ୍ରକରୁ ୧, ବଲାଙ୍ଗୀରରୁ ୬, କଟକରୁ ୬୬, ଦେବଗଡରୁ ୪, ଢେଙ୍କାନଳରୁ ୬, ଗଞ୍ଜାମରୁ ୩,ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧, କୋରାପୁଟରୁ ୩, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ପୁରୀରୁ ୧୨, ନୟାଗଡରୁ ୫, ରାୟଗଡା୨, ସମ୍ବଲପୁରରୁ ୨୨ , ସୋନପୁରରୁ ୭, ସୁନ୍ଦରଗଡରୁ ୨୭ଏବଂ ଷ୍ଟେଟ ପୁଲ୍ରୁ୩୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ