ETV Bharat / city

ପୂରଣ ହେଉନି ଦାବି, ୪ର୍ଥ ଥର ଧାରଣାରେ ବସିଲେ ଉତ୍କଳ ବିଶ୍ବବିଦ୍ୟାଳୟ ନର୍ସିଂ ଛାତ୍ରଛାତ୍ରୀ

author img

By

Published : May 24, 2022, 6:57 PM IST

ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ନର୍ସିଂ ବିଭାଗର ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ବିଭାଗର ପରିଚାଳନା ଦାୟିତ୍ବକୁ ନେଇ ସେମାନଙ୍କ ଦାବି ପୂରଣ ନହେବା ପରେ ସେମାନେ ୪ର୍ଥ ଥର ପାଇଁ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ପୂରଣ ହେଉନି ଦାବି, ୪ର୍ଥ ଥର ଧାରଣାରେ ବସିଲେ ଉତ୍କଳ ବିଶ୍ବବିଦ୍ୟାଳୟ ନର୍ସିଂ ଛାତ୍ରଛାତ୍ରୀ
ପୂରଣ ହେଉନି ଦାବି, ୪ର୍ଥ ଥର ଧାରଣାରେ ବସିଲେ ଉତ୍କଳ ବିଶ୍ବବିଦ୍ୟାଳୟ ନର୍ସିଂ ଛାତ୍ରଛାତ୍ରୀ

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଧାରଣାରେ ବସିଲେ ନର୍ସିଂ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ବିଏସସି ନର୍ସିଂ ବିଭାଗ ଛାତ୍ରଛାତ୍ରୀ ୪ର୍ଥ ଥର ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ବିଭାଗର ପରିଚାଳନା ଦାୟିତ୍ବକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି ଏହି ଛାତ୍ରଛାତ୍ରୀ । ତେବେ ସେମାନଙ୍କ କୌଣସି ଦାବି ପୂରଣ ନ ହେବା ପରେ ସେମାନେ ଅନଶନ ଜାରି ରଖିବେ ବୋଲି କହିଛନ୍ତି ।

ପୂର୍ବଥର ଆନ୍ଦୋଳନ ସମୟରେ ଦାବି ପୂରଣ ପାଇଁ କୁଳପତି ୧୫ ଦିନ ସମୟ ନେଇଥିଲେ । ଚଣ୍ଡିଖୋଲରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଏହାର ପରିଚାଳନା ଦାୟିତ୍ବ ଏକ ଚାରିଟେବଲ ଟ୍ରଷ୍ଟକୁ ଦିଆଯାଇଛି । ଟ୍ରଷ୍ଟ ପିଲାଙ୍କ ଠାରୁ ବାର୍ଷିକ ୭୫ ହଜାର ଟଙ୍କା କୋର୍ସ ଫି ନେଉଥିବା ବେଳେ କୌଣସି ସୁବିଧା ସୁଯୋଗ ଦେଉ ନଥିବା ଅଭିଯୋଗ ହୋଇଛି । ଏପରିକି ମାତ୍ର ୩ ଜଣ ଷ୍ଟାଫ ଥିବାରୁ କ୍ଲାସ ମଧ୍ୟ ନିୟମିତ ହେଉନାହିଁ । ୩ ବର୍ଷ ବିତିଥିଲେ ମଧ୍ୟ କ୍ଲିନିକ ଶିକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ରହିଛନ୍ତି ।

ଏହା ବ୍ୟତୀତ ଲାଇବ୍ରେରୀ, ହଷ୍ଟେଲ ଓ ଖାଇବା ପିଇବା ଅସୁବିଧା ମଧ୍ୟ ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏଣୁ ବିଭାଗର ପରିଚାଳନା ଦାୟିତ୍ଵ ଟ୍ରଷ୍ଟ ପାଖରୁ କାଢି ନିଜେ ବିଶ୍ଵବିଦ୍ୟାଳୟ ନେଉ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ତେବେ ଦୀର୍ଘ ଦିନ ଧରି ଏହାର ସମାଧାନ ପାଇଁ ଦାବି କରୁଥିଲେ ମଧ୍ୟ ଉଭୟ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଟ୍ରଷ୍ଟ ପରସ୍ପର ଉପରକୁ ଦୋଷ ଠେଲାଠେଲି ହେଉଛନ୍ତି । ତେବେ ଏଥର କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.