ETV Bharat / city

ରାମଚନ୍ଦ୍ର ବେହେରାଙ୍କ ହତ୍ୟାକାଣ୍ଡକୁ ନେଇ ନିରଞ୍ଜନଙ୍କ ପ୍ରେସମିଟ - Ghasipura

ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ । ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀଙ୍କୁ କଲେ ଟାର୍ଗେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 27, 2019, 12:03 AM IST

ଭୁବନେଶ୍ୱର: ପୂର୍ବତନ ଘଷିପୁରା ବ୍ଲକ ଅଧ୍ୟକ୍ଷ ତଥା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ । ନିର୍ବାଚନୀ ମାହୋଲ ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇ ତେରଛା ବାଣ ମାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଘଟଣାରେ ଶାସକ ଦଳର ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ନେଇ କଥା ଉଠୁଥିବା ବେଳେ ଠିକ ଏତିକି ବେଳେ ପିସିସି ସଭାପତି ପ୍ରେସମିଟ ଡାକିଛନ୍ତି । ଯଦିଓ ସେ ସ୍ଥାନୀୟ ବିଜେଡି ମନ୍ତ୍ରୀଙ୍କ ନାଁ ନେଇନାହାଁନ୍ତି ତଥାପି ପରୋକ୍ଷରେ ମନ୍ତ୍ରୀଙ୍କ ପୁଅ ଆଡକୁ ଇଙ୍ଗିତ କରିଛନ୍ତି । ‘ଜଣେ ଯୁବକ (ଉଚ୍ଚ ଶିକ୍ଷିତ) ସବୁ କାଣ୍ଡ ଭିଆଉଛି। ପୋଲିସ ସବୁ ଜାଣି ବି ନିରବ। ସରକାର ଅନ୍ଧ। ଗତ କିଛି ବର୍ଷ ଧରି ଘଷିପୁରା, ଆନନ୍ଦପୁର ଅଞ୍ଚଳରେ ହତ୍ୟା, ଆକ୍ରମଣ, ଗଣ୍ଡଗୋଳ ଏକ ନିତିଦିନିଆ ଘଟଣା ହୋଇଗଲାଣି । ମୁଁ ସେଠିକାର ଲୋକ ହୋଇଥିବାରୁ ଲଜ୍ଜା ଲାଗୁଛି’। ଏଭଳି ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ ଏହା ମଧ୍ୟ କହିଛନ୍ତି କି ଅତିତରେ ଅନେକ ଘଟଣା ଘଟିଛି । ନାମକୁ ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଏ ହେଲେ ରିପୋର୍ଟ ଆସେନି। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.