ETV Bharat / city

ନୂଆ ଟ୍ରାଫିକ ଆଇନ ନେଇ ବ୍ୟାପକ ସଚେତନତା

author img

By

Published : Oct 14, 2019, 3:30 AM IST

ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଅଧିକ ଖବର ପଢନ୍ତୁ...

ନୂଆ ଟ୍ରାଫିକ ଆଇନ ନେଇ ବ୍ୟାପକ ସଚେତନତା

ଭୁବନେଶ୍ବର: ସଡ଼କ ନିରାପତ୍ତା ଓ ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଏହାକୁ ବ୍ୟାପକ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟର ପରିବହନ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ସଶକ୍ତ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।

ଗତ ସେପ୍ଟେମ୍ବର ପହିଲାରୁ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏହା ଭିତରେ ସମସ୍ତ ଯାନଚାଳକ ମାଲିକଙ୍କୁ କାଗଜପତ୍ର ନବୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିମାସ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଲର୍ଣ୍ଣର ଲାଇସେନ୍ସ,, ଡ୍ରାଇଭିଂ ଲାଇସେନ୍ସ,, ଫିଟ୍‌ନେସ୍‌ ପ୍ରମାଣପତ୍ରର ନବୀକରଣ ଇତ୍ୟାଦି ପାଇଁ ପରିବହନ ବିଭାଗ ଅନ୍‌ଲାଇନ୍‌ ସେବା ଆରମ୍ଭ କରିଛି ।

ଏହି ପ୍ରକ୍ରିୟାକୁ ବ୍ୟାପକ କରିବା ସହ ବିଭିନ୍ନ ସୁବିଧା କେନ୍ଦ୍ର, ଅତିରିକ୍ତ କାଉଣ୍ଟର ତଥା ଶିବିରମାନ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଶେଷ କରି ଆର୍‌ଟିଓ ଅଫିସ୍‌ ତଥା ଅନ୍ୟସ୍ଥାନଗୁଡ଼ିକୁ ଦଲାଲମାନଙ୍କ କବଳରୁ ମୁକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି ।

ଜିଲ୍ଲାସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ଓ ବୈଠକ ଆହ୍ବାନ ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଚେତନତା ଶିବିର ଆୟୋଜନ କରାଯାଉଛି। ଏହାସହ ବିଭିନ୍ନ ଗୋଷ୍ଠୀକେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଲର୍ଣ୍ଣର ଲାଇସେନ୍ସ ଦେବା ପାଇଁ କାଉଣ୍ଟର ଖୋଲିବା ପାଇଁ ପରାମର୍ଶ ଦିଆଯାଇଛି ।

ନବୀକରଣ, ନୂତନ ପଞ୍ଜୀକରଣ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ପାଇଁ ଦର ତାଲିକା ପ୍ରଦର୍ଶନ, ଦଲାଲଙ୍କ କବଳରୁ ମୁକ୍ତ ହେବା ଲକ୍ଷ୍ୟରେ ହେଲପ୍‌ ଲାଇନ୍‌ ପ୍ରତିଷ୍ଠା, ସର୍ବସାଧାରଣ ସ୍ଥାନରେ ସୂଚନା ଫଳକ ସ୍ଥାପନ ଇତ୍ୟାଦି ଏସବୁର ଅନ୍ତର୍ଭୁକ୍ତ । ଏଥି ପାଇଁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ପରିବହନ ଅଞ୍ଚଳଗୁଡ଼ିକୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ସଂପୃକ୍ତ ଅଞ୍ଚଳର ପରବହନ ଅଧିକାରୀମାନଙ୍କୁ ଏହି ଟଙ୍କା ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ପ୍ରଦାନ କରାଯିବ । ବାଲେଶ୍ବର, ଭୁବନେଶ୍ବର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ଭଦ୍ରକକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଛି।

ସେହିପରି ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ‘ଖ’ ଶ୍ରେଣୀଭୁକ୍ତ କରାଯାଇଛି । ଏହାପରେ ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେରକୁ ‘ଗ’ ଶ୍ରେଣୀଭୁକ୍ତ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସଡ଼କ ନିରାପତ୍ତା ଓ ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ସଚେତନତା ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ପରିବହନ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ସଶକ୍ତ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ଗତ ସେପେଫମ୍ବର ପହିଲାରୁ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଇତି ମଧ୍ୟରେ ସମସ୍ତ ଯାନଚାଳକ ମାଲିକମାନଙ୍କୁ କାଗଜାତ୍‌ ନବୀକରଣ କରିବା ପାଇଁ ରାଜ୍ୟ ସରକାର ତିନିମାସ ସମୟ ଦିଆଯାଇଛି । ଏହା ବ୍ୟତୀତ ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ଫିଟ୍‌ନେସ୍‌ ପ୍ରମାଣପତ୍ରର ନବୀକରଣ ଇତ୍ୟାଦି ପାଇଁ ପରିବହନ ବିଭାଗ ଅନ୍‌ଲାଇନ୍‌ ସେବା ଆରମ୍ଭ କରିଛି । ଏହି ପ୍ରକ୍ରିୟାକୁ ବ୍ୟାପକ କରିବା ନିମନ୍ତେ ବିଭିନ୍ନ ସୁବିଧା କେନ୍ଦ୍ର, ଅତିରିକ୍ତ କାଉଣ୍ଟର ତଥା ଶିବିରମାନ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଶେଷ କରି ଆର୍‌ଟିଓ ଅଫିସ୍‌ ତଥା ଅନ୍ୟ ସ୍ଥାନଗୁଡ଼ିକୁ ଦଲାଲମାନଙ୍କ କବଳରୁ ମୁକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ଓ ବୈଠକ ଆହ୍ୱାନ ସାଙ୍ଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା ଶିବିର ଆୟୋଜନ, ସଚେତନତା କାର୍ଯ୍ୟକ୍ରମରେ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗ, ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଲର୍ଣ୍ଣର ଲାଇସେନ୍ସ ଦେବା ପାଇଁ କାଉଣ୍ଟର ଖୋଲିବା ନିମନ୍ତେ ପରାମର୍ଶ ଦିଆଯାଇଛି । ନବୀକରଣ, ନୂତନ ପଞ୍ଜୀକରଣ ଏବଂ ପଲୁ୍ୟସନ୍‌ ସାର୍ଟିଫିକେଟ୍‌ ପାଇଁ ଦର ତାଲିକା ପ୍ରଦର୍ଶନ, ଦଲାଲଙ୍କ କବଳରୁ ମୁକ୍ତ ହେବା ଲକ୍ଷ୍ୟରେ ହେଲପ୍‌ ଲାଇନ୍‌ ପ୍ରତିଷ୍ଠା, ସର୍ବସାଧାରଣ ସ୍ଥାନରେ ସୂଚନା ଫଳକ ସ୍ଥାପନ ଏବଂ ଜିଲ୍ଲାସ୍ତରରେ ଆଲୋଚନା ଚକ୍ର ତଥା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ ଏସବୁର ଅନ୍ତର୍ଭୁକ୍ତ । ଏଥି ନିମନ୍ତେ ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ପରିବହନ ଅଞ୍ଚଳଗୁଡ଼ିକୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ ଅଞ୍ଚଳର ପରବହନ ଅଧିକାରୀମାନଙ୍କୁ ଏହି ଟଙ୍କା ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ପ୍ରଦାନ କରାଯିବ । ବାଲେଶ୍ୱର, ଭୁବନେଶ୍ୱର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ଭଦ୍ରକକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଥିବାବେଳେ ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ‘ଖ’ ଶ୍ରେଣୀଭୁକ୍ତ କରାଯାଇଛି । ସେହିପରି ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେରକୁ ‘ଗ’ ଶ୍ରେଣୀଭୁକ୍ତ କରାଯାଇଛିBody:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.