ETV Bharat / city

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ ଦିଆଯାଉଛି। ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଟୀକାକରଣ କରାଯିବାକୁ ଯୋଜନା କରାଯାଉଛି। ଅଧିକ ପଢନ୍ତୁ...

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ
ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ
author img

By

Published : Aug 9, 2021, 2:01 PM IST

ଭୁବନେଶ୍ବର : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ ଦିଆଯାଉଛି। ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଟୀକାକରଣ କରାଯିବାକୁ ଯୋଜନା କରାଯାଉଛି। ଯଦି ଗ୍ରାମାଞ୍ଚଳରେ ଟୀକାକରଣରେ ଅସୁବିଧା ହୁଏ । ତେବେ ଏହାର ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ

ବର୍ତ୍ତମାନ ମୋଟ 1 କୋଟି 78 ଲକ୍ଷ ଟୀକାକରଣ ସରିଛି। ପ୍ରଥମ ଡୋଜ 1 କୋଟି 37 ଲକ୍ଷ ଓ ଦ୍ୱିତୀୟ ଡୋଜ 41 ଲକ୍ଷ ଡୋଜ ଲୋକ ନେଇଛନ୍ତି। 40 ପ୍ରତିଶତ ପ୍ରଥମ ଡୋଜ ଲୋକ ନେଇଛନ୍ତି। ରାଜ୍ୟରେ ଟିକାକାରଣ ସାଢ଼େ 3 ଲକ୍ଷ ଟାର୍ଗେଟ ରହିଛି। ମାତ୍ର 2 ଲକ୍ଷ ଟୀକାକରଣ ହେଉଛି ଦୈନିକ। ରାଜ୍ୟରେ କୋଭାସ୍କିନ କମ ରହିଛି। ସାମାନ୍ୟ ଅସୁବିଧା ହେଉଛି। ଟିକା ରାଜ୍ୟକୁ ଆସିଲେ ସମସ୍ୟାର ସମାଧାନ ହେବ। ଅନ୍ୟପଟେ ଗର୍ଭବତୀଙ୍କର ଟିକାକରଣ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 57 ହଜାର ଗର୍ଭବତୀଙ୍କୁ ଟୀକାକରଣ କରାଯାଇଛି ।

ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟୀକାକରଣ ପାଇଁ ଯୋଜନା କରାଯାଉଛି। ଟୀକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବାବେଳେ 80 ପ୍ରତିଶତ ସରିଲାଣି ଟୀକାକରଣ । ଏବେ କିନ୍ତୁ ଅଧିକ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.