ETV Bharat / city

ରାଜଧାନୀରେ ରାହାଜାନୀ, ବନ୍ଧୁକ ଦେଖାଇ 2 ଲକ୍ଷ ଲୁଟ

ରାଜଧାନୀରେ ରାହାଜାନୀ । ବନ୍ଧୁକ ଦେଖାଇ 2 ଲକ୍ଷ ଲୁଟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲୁଟର ଶିକାର ହୋଇଥିବା ପ୍ରିୟ ପ୍ରିତମ ଶର୍ମା ଆହତ । ଡାକ୍ତରଖାନାରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 31, 2019, 12:04 AM IST

ଭୁବନେଶ୍ବର: ରାଜଧାନୀରେ ରାହାଜାନୀ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଦିନ-ରାତି ସବୁବେଳେ ଲୁଟ୍‌ର ଶିକାର ହେଉଛନ୍ତି ଲୋକେ । ଖାଲି ହାତରେ କମିଶନରେଟ ପୋଲିସ ।

ମଞ୍ଚେଶ୍ବର ଥାନା ଅଧୀନରେ ଦିନ ସମୟରେ ସିରିଜ୍‌ ଲୁଟ୍‌ ହୋଇଥିବାବେଳେ ସନ୍ଧ୍ୟାରେ ଆଉ ଏକ ଲୁଟ୍‌ ହୋଇଛି । ଜଗନ୍ନାଥ ସଡକର ହାଇଟେକ୍‌ ନିକଟରେ ଲୁଟ୍‌ର ଶିକାର ହୋଇଛନ୍ତି ମହିମା ମୋଟର୍ସ ଗାଡି ସୋରୁମକୁ ଗାଡି କିଣିବାକୁ ଆସିଥିବା ଗ୍ରାହକ ପ୍ରିୟ ପ୍ରିତମ ଶର୍ମା। ଗାଡି କିଣିବାକୁ ଆସିଥିବା ପ୍ରିୟ ପ୍ରିତମ ଓ ତାଙ୍କ ସାଙ୍ଗରେ ଥିବା ଭିକି ଶର୍ମାଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ 2 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି 5 ଦୁର୍ବୃତ୍ତ ।

ତେବେ ଲୁଟ୍‌ ସମୟରେ ଆକ୍ରମଣର ଶିକାର ହୋଇଥିବା ପ୍ରିୟ ପ୍ରିତମଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ମଞ୍ଚେଶ୍ବର ଥାନାରେ ଏନେଇ ଏକ ଏତଲା ଦେଇଛନ୍ତି ।

ସୂଚନା ଥାଉକି, ସକାଳ ସମୟରେ ମଞ୍ଚେଶ୍ଵର ଥାନା ଅଧୀନରେ ସିରିଜ ଲୁଟ ହୋଇଥିଲା। ଦମ୍ପତିଙ୍କ ଠାରୁ ପ୍ରାୟ 75 ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ ତିନି ଜଣ ଯୁବକ। ଏହା ସହ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ମଧ୍ୟ ଲୁଟ କରି ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏପରି ଲୁଟ୍‌ ପରେ ରାଜଧାନୀ ରେ ଏକ ନୂଆ ଲୁଟେରା ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ 2 ଲକ୍ଷ ଟଙ୍କା ଲୁଟି ନେଲେ।

ଲୁଟେରା ଦେଉଛନ୍ତି ପୋଲିସ ଙ୍କୁ ଖୋଲା ଚାଲେଞ୍ଜ। ଦିନ ରାତି ସବୁବେଳେ ଲୁଟ ର ଶିକାର ହେଉଛନ୍ତି ନିରୀହ ଜନତା। ପୋଲିସ ର ପାତ୍ରୋଲିଂ ଅଭାବ ହେଉ ଏପରି ପରିସ୍ଥିତି ଦେଖା ଦେଇଛି। ମଞ୍ଚେଶ୍ଵର୍ ଥାନା ଅଧୀନରେ ଦିନ ସମୟରେ ସିରିଜ୍ ଲୁଟ ହୋଇଥିବା ବେଳେ ସଂଧ୍ୟା ସମୟରେ ଆଉ ଏକ ଲୁଟ ର ଶିକାର ହୋଇଛନ୍ତି ଏକ ଗାଡ଼ି ସୋ ରୁମ୍ ର ମାଲିକ ଓ ଗ୍ରାହକ।Body:

ହାଇଟେକ୍ ନିକଟରେ ପୁରୀ କୁ ଯାଇଥିବା ନୂଆ ଜଗନ୍ନାଥ ସଡ଼କ ନିକଟରେ ନୂଆ ଗାଡ଼ି କିଣିବାକୁ ଯାଇ ଲୁଟ ର ଶିକାର ହେଉଛନ୍ତି ପ୍ରିୟ ପ୍ରିତମ ଶର୍ମା। ପ୍ରିୟ ପ୍ରିତମ ନିଜର ଏକ ଗାଡ଼ି କିଣିବା କୁ ଯାଇ ଲୁଟ ର ଶିକାର ହେବା ସହ ମରଣାତ୍ମକ ଆକ୍ରମଣ ର ଶିକାର ହେଉଛନ୍ତି। ତାଙ୍କ ପାଖ ରୁ 2 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟ କରି ନେଇଛନ୍ତି। ଘଟଣା ଘାଇଛି ନୂଆ ଜଗନ୍ନାଥ ସଡ଼କ ରେ ଥିବା ଏକ ମହିମା ମତରସ ନିକଟରେ। ପୂର୍ବରୁ ପାଞ୍ଚ ଜଣ ଯୁବକ ବାଇକ୍ ରେ ଏକ ନିଛତିୟା ଜାଗାରେ ଛିଡ଼ା ହୋଇଥିଲେ। ପ୍ରିୟ ପ୍ରିତମ ଓ ତାଙ୍କ ସାଙ୍ଗରେ ଆସୁଥିବା ଭିକି ଶର୍ମା ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ସମୟରେ ସେମାନଙ୍କ ପାଖ ରେ ଲୁହା ରଡ଼ ଓ ବନ୍ଧୁକ ଥିବା ସୂଚନା ଦେଇଛନ୍ତି ପ୍ରିୟ ପ୍ରିତମ ଙ୍କ ବନ୍ଧୁ। ତେବେ ଆକ୍ରମଣ ର ଶିକାର ହେଇଥିବା ପ୍ରିୟ ପ୍ରିତମ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ୍ କୁ ଅଣାଯାଇଥିଲା। ଏବଂ ମାଞ୍ଚେଶ୍ୱର୍ ଥାନା ରେ ଏକ ଏତଲା ଦେଇଥିଲେ।

ସୂଚନା ଅନୁଯାୟୀ, ସକାଳ ସମୟରେ ମାଞ୍ଚେଶ୍ଵର୍ ଥାନା ଅଧୀନରେ ସିରିଜ ଲୁଟ ହୋଇଥିଲ। ଦୁଇ ଦମ୍ପତିଙ୍କ ଠାରୁ ପ୍ରାୟ 75 ଗ୍ରାମ ର ସୁନା ଅଳଙ୍କାର ଲୁଟ କରିନେଇଥିଲେ ବନ୍ଧୁକ ଦେଖାଇ ତିନି ଜଣ ଯୁବକ। ଏକ ବରିଷ୍ଟ ନାଗରିକ ଙ୍କ ଠାରୁ ମଧ୍ୟ ଲୁଟ କରି ଟଙ୍କା ନେଇଯାଇଥିଲେ । ଏପରି ଲୁଟ ହେବାର ଘଟଣା ରାଜଧାନୀ ରେ ନୂଆ ନୁହେଁ । କିନ୍ତୁ କିଛି ଦିନ ର ବ୍ୟବଧାନ ପାରେ ରାଜଧାନୀ ରେ ଏକ ନୂଆ ଲୁଟେରା ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.