ETV Bharat / city

‘ବର୍ଷେ ତଳେ ଦାୟିତ୍ବ ମିଳିଲା, ସମୟ ଅଣ୍ଟିଲାନି’ - bbsr

‘ମୋତେ ବର୍ଷେ ତଳେ ଦାୟିତ୍ବ ମିଳିଲା । ସେତେବେଳେ ପ୍ରଦେଶ କଂଗ୍ରେସର ଅବସ୍ଥା ଠିକ ନଥିଲା । ତେଣୁ ସବୁ ସଜାଡ଼ି ଲଢ଼େଇ କରିବାକୁ ସମୟ ଅଣ୍ଟିଲାନି ।’ କଂଗ୍ରେସର ପ୍ରଦର୍ଶନକୁ ନେଇ ଏମିତି କହିଲେ ନିରଞ୍ଜନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 23, 2019, 4:01 PM IST

Updated : May 23, 2019, 4:08 PM IST

ଭୁବନେଶ୍ବର: ‘ଚଳିତ ନିର୍ବାଚନରେ ଦୁଇ ଭାଇ (ବିଜେଡି-ବିଜେପି) ତାଙ୍କର ପରାକ୍ରମ ଦେଖାଇଲେ । ଅର୍ଥବଳ, ବାହୁବଳ ସବୁର ଉପଯୋଗ କଲେ । ଜନାଦେଶକୁ ନମ୍ରତାର ସହ ଗ୍ରହଣ କରୁଛି କଂଗ୍ରେସ । ଆମ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ କଂଗ୍ରେସ ଗଣତନ୍ତ୍ରରେ ବିଶ୍ବାସ କରେ ।’ ଭୋଟ ଗଣତି ଜାରି ରହିଥିବାବେଳେ କଂଗ୍ରେସ ଭବନରେ ବସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡ଼ି ସରକାର ଗଠନ କଲେ କ୍ଷତି କଣ ହେବ ପରବର୍ତ୍ତୀ ମୁହୂର୍ତ୍ତରେ ଲୋକମାନେ ବୁଝିବେ । ତେବେ କଂଗ୍ରେସ କାହିଁକି ପଛରେ ପଡ଼ିଗଲା, ଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି ‘ମୋତେ ବର୍ଷେ ତଳେ ଦାୟିତ୍ବ ମିଳିଲା । ସେତେବେଳେ ପ୍ରଦେଶ କଂଗ୍ରେସର ଅବସ୍ଥା ଠିକ ନଥିଲା । ତେଣୁ ସବୁ ସଜାଡ଼ି ଲଢ଼େଇ କରିବାକୁ ସମୟ ଅଣ୍ଟିଲାନି’ ।

ପଟ୍ଟନାୟକ ଏହାମଧ୍ୟ କହିଛନ୍ତି ଯେ ସେ ପ୍ରଦେଶ କଂଗ୍ରେସରେ ନୂଆ ମଞ୍ଜି ପୋତି ଯାଉଛନ୍ତି । ଯେଉଁ 87 ନୂଆ ମୁହଁ ବିଶେଷ କରି ଯୁବ ଚେହେରାଙ୍କୁ ସେ ପ୍ରାର୍ଥୀ କରିଥିଲେ ସେମାନେ ଭବିଷ୍ୟତରେ କଂଗ୍ରେସର ମଙ୍ଗ ସମ୍ଭାଳିବେ, ଦଳକୁ ଓଡ଼ିଶାରେ ସୁଦୃଢ଼ କରିବେ । ଜନସାଧାରଣଙ୍କ ଆଶା ପୂରଣ କରିବା ସହ ଓଡ଼ିଶାକୁ ବେକାରୀ ଏବଂ ଦାରିଦ୍ର୍ୟ ମୁଖରୁ ରକ୍ଷା କରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 23, 2019, 4:08 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.