ଭୁବନେଶ୍ବର: ଲକଡାଉନରେ ହୋଇଥାନ୍ତା ମଦ କଳାବଜାରୀ ହେଲେ ଭଣ୍ଡୁର କରିଦେଲା କମିସନରେଟ ପୋଲିସ । ଡବଲ ଦରରେ ବିକ୍ରିର ଆଶାକୁ ମୂଳରୁ ବୁଡେଇଦେଲା ପୋଲିସ । ଲକଡାଉନରେ ଚଢା ଦରରେ ବିକ୍ରି ପାଇଁ ନେଉଥିବା ମଦକୁ ଜବତ କରିଛି କମିସନରେଟ ପୋଲିସ ।
ଏହାସହ ୬ ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୭୦ ଲିଟର ମଦ ଓ ଏକ କାରକୁ ମଧ୍ୟ ଜବତ କରାଯାଇଛି । ତେବେ ଜବତ ହୋଇଥିବା ୬୦ ଲିଟର ବିଦେଶୀ ଥିବା ବେଳେ ୧୦ ଲିଟର ଦେଶୀ ମଦ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ