ଭୁବନେଶ୍ବର: ରାଜ୍ୟ ବାହାରକୁ ବାଘ ଛାଲ ଚାଲାଣ ଘଟଣା । ଦୁଇ ପୋଲିସ ଅଧିକାରୀ ଗିରଫ। ଅପରାଧୀଙ୍କୁ ସହଯୋଗ କରିଥିବା କାରଣରୁ ଦୁଇ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି ।
କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ( ଏସଟିଏଫ୍) ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ମଧ୍ୟରେ ଜଣେ ଜେଲ ୱାର୍ଡର ଓ ଅନ୍ୟଜଣ ହେଉଛନ୍ତି ପୋଲିସ ହାବିଲଦାର ।
ଗିରଫ ହୋଇଥିବା ଅପରାଧୀମାନେ ହେଲେ ବରଗଡ଼ ଜିଲ୍ଲା କନ୍ତାବଳି ଅଞ୍ଚଳର ରଶ୍ମି ରଞ୍ଜନ ମିଶ୍ର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଦଗୋଗୁଆ ଗ୍ରାମରେ ରହୁଥିବା ଲିକୁଲ କୁମାର ସାହୁ।
ତେବେ ରଶ୍ମି ରଞ୍ଜନ ରାଉରକେଲା ସ୍ଵତନ୍ତ୍ର ଜେଲର ୱାର୍ଡର ଭାବରେ କାର୍ଯ୍ୟ କରୁଥିବା ବେଳେ ଲିକୁଲ୍ ଦେବଗଡର ଆଇ ଆର୍ ବି ବାଟାଲିୟନ ୪ ରେ କାର୍ଯ୍ୟରତ ଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାତ୍ର ଦୁହିଁଙ୍କ ଜାମିନ ନାମଞ୍ଜୁର ହେବାରୁ ଦୁହିଁଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ବାଘ ଛାଲ ଚୋରା ଚାଲାଣ ଅଭିଯୋଗରେ ଦେବଗଡରେ ରମନିସେନା ବେହେରା, ଯଜ୍ଞାଦତ୍ତ ବେହେରା ଓ ସଚିତନନ୍ଦ ବେହେରାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରୁଥିବା ସମୟରେ ପୋଲିସକୁ ଏହାର ପ୍ରମାଣ ମିଳିଥିଲା। ଯାହାକୁ ଆଧାର କରି ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ