ETV Bharat / city

Cyclone Jawad Update: ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୧୦୦ କିମି ବେଗରେ ବହିବ ପବନ

ଆନ୍ଧ୍ର ଓଡ଼ିଶା ଉପକୂଳରେ ପହଞ୍ଚିବ ବାତ୍ୟା ଜୱାଦ । ଯାହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Jawad Update: ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୧୦୦ କିମି ବେଗରେ ବହିବ ପବନ

author img

By

Published : Dec 2, 2021, 5:50 PM IST

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲି ସୃଷ୍ଟ ହୋଇଥିଲା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ସକ୍ରିୟ ଲଘୁଚାପ ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।

  • ପ୍ରେସ ବିଜ୍ଞପ୍ତି: ୩ ଡିସେମ୍ବର ୨୦୨୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସମ୍ଭାବନା : ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ପାଇଁ ପ୍ରାକ-ସାମୁଦ୍ରିକ ବାତ୍ୟା ପର୍ଯ୍ୟବେକ୍ଷଣ pic.twitter.com/SaKws3KvWo

    — Meteorological Centre, Bhubaneswar (@mcbbsr) December 2, 2021 " class="align-text-top noRightClick twitterSection" data=" ">

ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଅବପାତର ରୂପ ନେବ । ଫଳରେ ଆଜିଠାରୁ ଦକ୍ଷିଣ ପୂର୍ବ ଓ ତତ୍‌ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏହା ଏକ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।

ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ର ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡିସେମ୍ବର ୪ ଓ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ୪ ତାରିଖ ପାଇଁ ୪ ଜିଲ୍ଲା ତଥା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଡିସେମ୍ବର ୩ ତାରିଖ ଭୋରରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୬୫ରୁ ୭୫ କିମି ରହିବ । ଝଟକା ପବନର ବେଗ ୮୫ କିମି ମଧ୍ୟ ହୋଇପାରେ । ଡିସେମ୍ବର ୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୯୦ କିମିରୁ ୧୦୦ କିମି ରହିପାରେ । ଝଟକା ପବନର ବେଗ ୧୧୦ କିମି ମଧ୍ୟ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜିଠାରୁ(ଗୁରୁବାର) ସମୁଦ୍ର ଅଶାନ୍ତ ରହିବ । ଡିସେମ୍ବର ୪ ତାରିଖ ଅପରାହ୍ଣରୁ ସାମୁଦ୍ରିକ ସ୍ଥିତି ଆହୁରି ଖରାପ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.