ETV Bharat / city

ଉପନିର୍ବାଚନ ପାଇଁ କୋହଳ ହେଲା କୋଭିଡ କଟକଣା

ଉପନିର୍ବାଚନ ପାଇଁ କୋହଳ ହେଲା କୋଭିଡ କଟକଣା । ବାଲେଶ୍ଵର ଓ ଜଗତସିଂହପୁର ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଟକଣା କୋହଳ ହୋଇଛି । ଅଧିକ ପଢନ୍ତୁ...

ଉପନିର୍ବାଚନ ପାଇଁ 2 ବିଧାନସଭା ନିର୍ବାଚନମଣ୍ଡଳୀରେ କୋହଳ କୋଭିଡ କଟକଣା

author img

By

Published : Oct 17, 2020, 7:49 PM IST

ଭୁବନେଶ୍ବର: ଉପନିର୍ବାଚନ ପାଇଁ କୋହଳ ହେଲା କୋଭିଡ କଟକଣା । ବାଲେଶ୍ଵର ଓ ଜଗତସିଂହପୁର ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଟକଣା କୋହଳ ହୋଇଛି । ବିଶେଷକରି ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ହେଲେ ଏବେ ଏଥିରେ କୋହଳ ହୋଇଛି । ଜିଲ୍ଲା ପ୍ରଶାସନର ଅନୁମତିରେ ଏହି କାର୍ଯ୍ୟକ୍ରମ ସତର୍କତା ସହିତ କରାଯାଇପାରିବ ।

ଉପନିର୍ବାଚନ ପାଇଁ 2 ବିଧାନସଭା ନିର୍ବାଚନମଣ୍ଡଳୀରେ କୋହଳ କୋଭିଡ କଟକଣା
ଉପନିର୍ବାଚନ ପାଇଁ 2 ବିଧାନସଭା ନିର୍ବାଚନମଣ୍ଡଳୀରେ କୋହଳ କୋଭିଡ କଟକଣା

ହଲର କ୍ଷମତା 50 ପ୍ରତିଶତ ଲୋକଙ୍କୁ ନେଇ ବୈଠକ କରାଯାଇପାରିବ । ଏହି ସମୟରେ ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି ।

ସେହିଭଳି ଖୋଲା ପଡିଆରେ ବୈଠକ କରି ହେବ । ହେଲେ ସାମାଜିକ ଦୂରତା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ହେବ । ଏସବୁ ସତର୍କତା ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.