ETV Bharat / city

ଧୋକା ଦେଲା ସ୍ବାମୀ, ପଚାରିବାରୁ ବାଡେଇଲେ ଶାଶୂଘର ଲୋକେ

ରାଜଧାନୀରେ ବୋହୂକୁ ନିର୍ଯ୍ୟାତନା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଦେଢଶୂର ଓ ଶ୍ବଶୂରଙ୍କ ଗୋଇଠା ଚାପୁଡାରେ ଡ୍ରେନରେ ପଡିଗଲେ ବୋହୂ । ଅଧିକ ପଢନ୍ତୁ...

ବୋହୂକୁ ଡ୍ରେନକୁ ଠେଲିଲେ ଶାଶୁଘର; ଶ୍ବଶୁର ମାରିଲେ ଚାପୁଡା, ଦେଢଶୁର ଦେଲେ ଗୋଇଠା

author img

By

Published : Jun 3, 2021, 10:56 AM IST

ଭୁବନେଶ୍ବର: ରାଜଧାନୀରେ ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା । ନିଜ ସ୍ବାମୀକୁ ଖୋଜିବାକୁ ଯାଇ ପତ୍ନୀ ହେଲେ ଘରୋଇ ହିଂସାର ଶିକାର । ଶାଶୁଘର ଲୋକେ ଘର ବାହାର ଡ୍ରେନକୁ ଠେଲିଦେଲେ । ବୋହୂ ଜଣକ ଡ୍ରେନରେ ପଡି ଛଟପଟ ହେଲେ । ଏପରିକୁ ଶ୍ବଶୁର ଚାପୁଡା ମାରିବା ସହ ଦେଢଶୁର ଗୋଇଠା ମାରିଲେ । ଯାହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଏନେଇ ବୋହୂ ଜଣକ ଶାଶୁଘର ଲୋକଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ବୋହୂକୁ ଡ୍ରେନକୁ ଠେଲିଲେ ଶାଶୁଘର; ଶ୍ବଶୁର ମାରିଲେ ଚାପୁଡା, ଦେଢଶୁର ଦେଲେ ଗୋଇଠା

ତେବେ ସୂଚନା ମୁତାବକ, ବିଷ୍ନୁପ୍ରିୟା ଗରୋଡ ନାମକ ଅଭିଯୋଗକାରିଣୀ ହାଇଦର ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୨୧ ଜାନୁୟାରୀରେ ଆମପୋଇରେ ବିବାହ କରିଥିଲେ । ସେମାନେ କିଛି ଦିନ ଧରି ଭୁବନେଶ୍ବରର ଡୁମଡୁମା ଅଞ୍ଚଳରେ ରହୁଥିଲେ । ହେଲେ କିଛିଦିନ ପରେ ସ୍ବାମୀ ଆଉ ଧରାଛୁଆଁ ଦେଇନଥିଲେ । ମହିଳା ଜଣକ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରୁଥିବା ଖବର ପାଇ ଶାଶୁଘରେ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କ ଶାଶୁ, ଶ୍ବଶୁର ଓ ଦେଢଶୂର ଏଭଳି ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.