ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ରାସ୍ତା କଡ଼ କେନାଲ ଭିତରୁ ମିଳିଲା ମଣିଷ ଖପୁରି ଓ ହାଡ଼ । 14ଟି ମଣିଷ ମୁଣ୍ଡ ଖପୁରି ସହ ଦେହର ହାଡକୁ ଠାବ କରିଛି ପୋଲିସ । ଇଞ୍ଜଣା ଛକ ବ୍ରିଜ ନିକଟରୁ ଏଭଳି ଗଦା ହୋଇଥିବା ଦେଖିବାକୁ ପାଇଥିଲେ ଲୋକେ। ଏନେଇ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ସ୍ଥାନୀୟ ଆଇଆଇସି ଓ ତଦନ୍ତକାରୀ ଅଧିକାରି ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।
ସେପଟେ ଘଟଣାକୁ ନେଇ ଦୁଇଟି ଦିଗ ସାମ୍ନାକୁ ଆସୁଛି । ଗୋଟିଏ ହେଉଛି ମେଡିକାଲ କଲେଜର ପ୍ରାକ୍ଟିସ ପାଇଁ ଏପରି ମଣିଷ ଖପୁରି ହାଡ଼ ବ୍ୟବହାର କରାଯାଏ । ସେହିପରି ଯଦି କେହି ଗୁଣିଆ ବା ତନ୍ତ୍ର ସାଧନା କରନ୍ତି ତାହାଲେ ଏପରି ହତ୍ୟା କରି ପକାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।
ଭୁୂବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ