ETV Bharat / city

ପୁଣି ରାଜ୍ୟକୁ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଟିକା ଯୋଗାଣ କମ୍ କରାଯିବା କାରଣରୁ ରାଜ୍ୟରେ ଟୀକାକରଣ କାର୍ଯ୍ୟରେ ବାଧା ଉପୁଜିଛି । ଏନେଇ ପୁଣି ଥରେ ରାଜ୍ୟକୁ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଅଧିକ ପଢନ୍ତୁ...

ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 12, 2021, 8:53 PM IST

ଭୁବନେଶ୍ବର: ଓଡ଼ିଶାକୁ ଅନିୟମିତ ଭାବେ ଯୋଗାଇ ଦିଆଯାଉଛି କୋଜିଡ-୧୯ ଟିକା। ଟିକା ଯୋଗାଣ କମ୍ କରାଯିବା କାରଣରୁ ରାଜ୍ୟରେ ଟୀକାକରଣ କାର୍ଯ୍ୟରେ ବାଧା ଉପୁଜିଛି । ଏନେଇ ପୁଣିଥରେ ରାଜ୍ୟକୁ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ ଟିକା ପାଇଥିବାବେଳେ ସେଥି ମଧ୍ୟରୁ ୪୨ ଲକ୍ଷ ୬୧ ହଜାର ୮୨୦ ଡୋଜ କୋଭିସିଲଡ଼ ବ୍ୟବହାର ହୋଇଥିବାବେଳେ ୩ ଲକ୍ଷ ୩୬ ହଜାର ୭୮ ଜୋନରେ କୋଭାକ୍ସିନ ଟୀକାକରଣ କରାଯାଇଛି ।

ବର୍ତ୍ତମାନ ରାଜ୍ୟର ଟୀକାକରଣ କେନ୍ଦ୍ର ଗୁଡିକରେ କୌଣସି ଟିକା ଉପଲବ୍ଧ ନଥିବାବେଳେ ମାତ୍ର ୧ ଲକ୍ଷ ୫୦ ହଜାର ୪୩୯ ଡୋଜ କୋଭିସିଲଡ଼ ବାକି ଅଛି । ରାଜ୍ୟରେ ଦୈନିକ ୩ ଲକ୍ଷ ଟିକା ଦେବାର କ୍ଷମତା ରହିଛି, ଏବେ ଏହି ସଂଖ୍ୟା ୧ ଲକ୍ଷକୁ ଖସିଆସିଛି । ଏଭଳି ପରିସ୍ଥିତିରେ ଆମ ପକ୍ଷେ ଟିକାଦାନ ଉତ୍ସବକୁ ଠିକ୍ ଭାବେ ପାଳନ କରିବା ସମ୍ଭବ ହେଉ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.