ETV Bharat / city

'ଆଗାମୀ 3 ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ'

ରାଜ୍ୟରେ ସଂକ୍ରମଣ ଯେତିକି ଖୋର୍ଦ୍ଧାରେ ଅଧା ସଂକ୍ରମଣ। ପାର୍ବଣ ଋତୁ ପାଇଁ ସତର୍କ। ରାଜ୍ୟରେ ଟିପିଆର 1.01 ପ୍ରତିଶତ ରହିଥିବାବେଳେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ 4.53 ପ୍ରତିଶତ ରହିଛି । 3 ମାସ ପର୍ଯ୍ୟନ୍ତ ସତର୍କ ନ ରହିଲେ ସାଙ୍ଘାତିକ ହେବ ସ୍ଥିତି । ଅଧିକ ପଢନ୍ତୁ...

‘ରାଜ୍ୟରେ ସଂକ୍ରମଣ ଯେତିକି ଖୋର୍ଦ୍ଧାରେ ଅଧା ସଂକ୍ରମଣ’

author img

By

Published : Sep 18, 2021, 1:56 PM IST

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଯାହା ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ରହିଛି ତାହା ଆକ୍ଟିଭ କେସ ରହିଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଛି । ଏବଂ ଆଇସିୟୁରେ ମଧ୍ୟ ରୋଗୀ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟରେ ହାରାହାରି 500 ରୁ 600 ମଧ୍ୟରେ ରହୁଛି ସଂକ୍ରମଣ। ରାଜ୍ୟରେ ଅନ୍ୟସ୍ଥାନ ଅପେକ୍ଷା ଭୁବନେଶ୍ୱର ଏବଂ କଟକରେ ଟିକିଏ ଅଧିକ ସଂକ୍ରମଣ ରହୁଛି। ଯେହେତୁ ଓଡ଼ିଶାର ବଡ ବଡ ହସ୍ପିଟାଲ ଏହି ଦୁଇଟି ସହରରେ ଅବସ୍ଥିତ । ସେଥିପାଇଁ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି।

‘ରାଜ୍ୟରେ ସଂକ୍ରମଣ ଯେତିକି ଖୋର୍ଦ୍ଧାରେ ଅଧା ସଂକ୍ରମଣ’

ବର୍ତ୍ତମାନ ସମସ୍ତ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି । ଆଗାମୀ ତିନି ମାସ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ତିନି ମାସ ଆମକୁ ସଚେତନ ରହିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଲାଣି। ଏହି ସମୟରେ ଭିଡ ଆରମ୍ଭ ହୋଇଥାଏ।

ତେଣୁ ଏହି 3 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର କିଭଳି ଭାବରେ ପାଳନ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ହସ୍ପିଟାଲ ଯାଉଛନ୍ତି, ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଉଛି। ରାଜ୍ୟରେ ଟିପିଆର 1.01 ପ୍ରତିଶତ ରହିଥିବାବେଳେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ 4.53 ପ୍ରତିଶତ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.