ETV Bharat / city

ଚାକିରି ଦେବା ନାଁରେ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ, ମହିଳା ଗିରଫ

ଏମ୍ସ ହସ୍ପିଟାଲରେ ଚାକିରି କରେଇଦେବାକୁ କହି 5 ଲକ୍ଷ ଟଙ୍କା ଠକେଇ ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 21, 2019, 10:24 AM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଠକ । ଏମ୍ସ ହସ୍ପିଟାଲରେ ଚାକିରି କରେଇଦେବାକୁ କହି 5 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ମନରେ ବିଶ୍ୱାସ ଜମାଇ ପାରିବାରିକ ପରିସ୍ଥିତି ଦେଖି ଟଙ୍କା ଠକେଇ କରିବାରେ ସଫଳ ହୋଇଛନ୍ତି ଜଣେ ନର୍ସ । ନର୍ସ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲାର ବଡ଼ଙ୍ଗୀଆ ଗାଁର କବିତା ଅଧିକାରୀ ।

ସୂଚନାନୁଯାୟୀ, 2018 ମସିହାରୁ କବିତା ଅଧିକାରୀ ଖଣ୍ଡଗିରିର ବରୀ ଅଞ୍ଚଳରେ ଶାନ୍ତି ସାହୁଙ୍କ ଘରେ ଭଡାରେ ରହିଆସୁଥିଲେ । କବିତା ନିଜକୁ ଜଣେ ନର୍ସ ବୋଲି ପରିଚୟ ଦେଇଥିଲେ । ଏହାର ସୁଯୋଗ ନେଇ ଘର ମାଲିକ ଶାନ୍ତି ସାହୁଙ୍କୁ ଏମ୍ସରେ ଚାକିରି କରିଦେବାକୁ ବାରମ୍ବାର କହୁଥିଲା କବିତା । ଶାନ୍ତି ସାହୁଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିବା ରୁ ପାରିବାରିକ ଆର୍ଥିକ ସମସ୍ୟା ରହିଥିଲା।

ପରିବାର ଚଳିବା ପାଇଁ ଏକ ଚାକିରି ଖୋଜୁଥିଲା ଶାନ୍ତି । ଏହାର ସୁଯୋଗ ନେଇ କବିତା ଶାନ୍ତିଙ୍କୁ 50 ହଜାର ଟଙ୍କା ମାଗିଥିଲେ । ଟଙ୍କା ନେବା ପରେ କବିତା ଏକ ନକଲି ଡିପୋଜିଟ ସ୍ଲିପ ଦେଇଥିଲା । ଏହା ପରେ ଶାନ୍ତିଙ୍କ ଦିଅର କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଚାକିରି କରିଦେବାକୁ କହି 30 ମେ 2018 ମସିହାରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ କବିତା । ଏହି ଟଙ୍କା ନେବାର ମାସକ ପରେ ଶାନ୍ତିଙ୍କ ଭାଇଙ୍କ ନିକଟରୁ ଏମ୍ସରେ ସୁପରଭାଇଜର ଚାକିରି ପାଇଁ 2 ଲକ୍ଷ ଟଙ୍କା ମାଗିଥିଲେ । ଏବଂ ଏହି ଦୁଇ ଲକ୍ଷ ଟଙ୍କା ସଂଗୀତା ବେହେରା ନାମକ ଜଣେ ଯୁବତୀଙ୍କ ଆକାଉଣ୍ଟରେ ଡିପୋଜିଟ କରିବା ପାଇଁ କହିଥିଲା କବିତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାର 5 ମାସ ପରେ ଭାଇ ଦୀନବନ୍ଧୁ ସାହୁଙ୍କ ଠାରୁ ମଧ୍ୟ ଏକ ଲକ୍ଷ ଟଙ୍କା ନେଇଥିଲେ । ଏହା ପରେ 10 ହଜାର ଟଙ୍କା ଆକାଉଣ୍ଟରେ ଡିପୋଜିଟ ପାଇଁ କହିଥିଲା । ସମୟ ଗଡ଼ିବା ସହ ସହିତ ଅଭିଯୁକ୍ତ କବିତା ଚାକିରି ସମ୍ପର୍କିତ ତଥ୍ୟ କିଛି ଦେଇନଥିଲା ଶାନ୍ତି ଓ ଆଉ ଅନ୍ୟ 3 ଜଣଙ୍କୁ । ବାରମ୍ବାର ପଚାରିବା ଫଳରେ ଏମ୍ସର ସୀମା ମ୍ୟାଡ଼ାମ ଟଙ୍କା ନେଇଛନ୍ତି, ସେ ଆକାଉଣ୍ଟ ଡିପାର୍ଟମେଣ୍ଟରେ ଅଛନ୍ତି । ସେ ଟଙ୍କା ନେଇଛି ସେ ଚାକିରି କରିଦେବ ବୋଲି କହିଛି । ଆଉ କିଛି ଦିନ ଲାଗିବ। ଏହାପରେ କବିତା ବହୁ ଦିନ ଧରି ଗାଏବ ରହୁଥିଲା ।

ଏନେଇ ସମସ୍ତଙ୍କର ସନ୍ଦେହ ହେବାରୁ କବିତାକୁ ଟଙ୍କା ମାଗିବାରୁ କବିତାର ଭାଇ ଅଶ୍ବନୀ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଉଥିଲା । ଆଉ ଟଙ୍କା ମାଗିଲେ ରେପ କେଶରେ ଜେଲ କରିଦେବି ବୋଲି କହିଆସୁଥିଲା । ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଏତଲା ଦେବା ଫଳରେ ଆଜି କବିତା ଅଧିକାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଏମ୍ସ ହସ୍ପିଟାଲ ରେ ଚାକିରି କରିଦେବା କୁ କହି 5 ଲକ୍ଷ ଟଙ୍କା ଠକେଇ।

ରାଜଧାନୀ ରେ ମାତିଛନ୍ତି ଠକ। ନିଜକୁ ଏକ ନର୍ସ କହି ତିନି ଜଣଙ୍କ ଠାରୁ ପ୍ରାୟ 5 ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ଠକେଇ କରିଛି। ମନରେ ବିଶ୍ୱାସ ଜମାଇ ପାରିବାରିକ ପରିସ୍ଥିତି ଦେଖି ଟଙ୍କା ଠକେଇ କରିବାରେ ସଫଳ ହୋଇଥିଲା କନ୍ଧମାଳ ଜିଲାର ବଡ଼ଙ୍ଗୀଆ ଗ୍ରାମର କବିତା ଅଧିକାରୀ। ଏମାନଙ୍କ ପଛରେ ଏକ ବଡ ଗ୍ୟାଙ୍ଗ ରହିଥୁବା ଜଣାପଡିଛି। ଏହାକୁ ନେଇ ବାରମ୍ବାର ଶାନ୍ତି ଓ ଅନ୍ୟମାନଙ୍କୁ ଧମକ ଦେଉଥିଲା କବିତା।

Body:

ସୂଚନା ଅନୁଯାୟୀ, 2018 ମସିହାରୁ କବିତା ଅଧିକାରୀ ଖଣ୍ଡଗିରିର ବରୀ ଅଂଚଳରେ ଶାନ୍ତି ସାହୁ ଙ୍କ ଘରେ ଭଡା ରେ ରହିଆସୁଥିଲେ। କବିତା ଭଡା ରେ ରହିବା ସମୟରେ ନିଜେ ଜଣେ ନର୍ସ ବୋଲି ପରିଚୟ ଦେଉଥିଲେ। ଏହାର ସୁଯୋଗ ନେଇ ଘର ମାଲିକ ଶାନ୍ତି ସାହୁ ଙ୍କୁ ଏମ୍ସ ରେ ଚାକିରୀ କରିଦେବାକୁ ବାରମ୍ବାର କହୁଥିଲା କବିତା। ଶାନ୍ତି ସାହୁଙ୍କ ସ୍ୱାମୀ ଙ୍କ ଦେହାନ୍ତ ହୋଇଯାଇଥିବା ରୁ ପାରିବାରିକ ଆର୍ଥିକ ସମସ୍ୟା ରହିଥିଲା। ନିଜେ ଓ ପରିବାର ଚାଲିବା ପାଇଁ ଏକ ଚାକିରୀ ଖୋଜୁଥିଲା ଶାନ୍ତି । ଏହାର ସୁଯୋଗ ନେଇ କବିତା ଶାନ୍ତି ଙ୍କୁ 50 ହଜାର ଟଙ୍କା ମାଗିଥିଲେ। ଟଙ୍କା ନେବା ପରେ କବିତା ଏକ ନକଲି ଡିପୋଜିଟ ସ୍ଲିପ ଦେଇଥିଲା। ଏହା ପରେ ଶାନ୍ତି ଙ୍କ ଦିଅର କୃଷ୍ଣ ଚନ୍ଦ୍ର ସାହୁ ଙ୍କୁ ଚାକିରୀ କରିଦେବାକୁ କହି 30 ମେ 2018 ମସିହାରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ କବିତା। ଏହି ଟଙ୍କା ନେବାର ମାସ କ ପରେ ଶାନ୍ତି ଙ୍କ ଭାଇ ଙ୍କ ନିକଟରୁ ଏମ୍ସ ରେ ସୁପରଭାଇଜର ଚାକିରୀ ପାଇଁ 2 ଲକ୍ଷ ଟଙ୍କା ମାଗିଥିଲେ। ଏବଂ ଏହି ଦୁଇ ଲକ୍ଷ ଟଙ୍କା ସଂଗୀତା ବେହେରା ନାମକ ଜଣେ ଯୁବତୀଙ୍କ ଏକାଉଣ୍ଟ ରେ ଡିପୋଜିଟ କରିବା ପାଇଁ କହିଥିଲା କବିତା।
ଏହାର 5ମାସ ପରେ ଭାଇ ଦୀନବନ୍ଧୁ ସାହୁ ଙ୍କ ଠାରୁ ମଧ୍ୟ ଏକ ଲକ୍ଷ ଟଙ୍କା ନେଇଥିଲେ। ଏହା ପରେ 10 ହଜାର ଟଙ୍କା ଆକାଉଣ୍ଟ ରେ ଡିପୋଜିଟ ପାଇଁ କହିଥିଲେ। ସମୟ ଗଡ଼ିବା ସହ ସହିତ ଅଭିଯୁକ୍ତ କବିତା ଚାକିରୀ ସମ୍ପର୍କିତ ତଥ୍ୟ କିଛି ଦେଇନଥିଲା ଶାନ୍ତି ଓ ଆଉ 3 ଜଣଙ୍କୁ। ବାରମ୍ବାର ପଚାରିବା ଫଳରେ ଏମ୍ସ ର ସୀମା ମ୍ୟାଡ଼ା ମ ଟଙ୍କା ନେଇଛନ୍ତି , ସେ ଏକାଉଣ୍ଟ ଦୀପାର୍ଟମେଂଟରେ ଅଛନ୍ତି। ସେ ଟଙ୍କା ନେଇଛି ସେ ଚାକିରି କରିଦେବ ବୋଲି କହିଛି। ଆଉ କିଛି ଦିନ ଲାଗିବ।

ଏହା ପରେ କବିତା ର ଦେଖାଦର୍ଶନ ଦେଲାନାହିଁ। ସପ୍ତାହ ସପ୍ତାହ କହି ଏଏକ ବର୍ଷ ନେଇଗଲା। କବିତା ଉପରେ ସମସ୍ତଙ୍କର ସେନ୍ଦେହ ହେବାରୁ ଟଙ୍କା ଫେରାଇଦେବେ ବୋଲି କହିଲେ ଶାନ୍ତି । କିନ୍ତୁ ଟଙ୍କା ନଫେରାଇ ଅଭିଯୁକ୍ତ କବିତା ର ଭାଇ ଅସ୍ୟୁନି ମଧ୍ୟ ଏହି ମାମଲା ରେ ମୁଣ୍ଡ ପୁରାଇ ଜୀବନରୁ ମାରିଦେବାକୁ ବାରମ୍ବାର ଧାମକ ଦେଉଥିଲା। ଏବଂ କବିତା ଙ୍କୁ ଟଙ୍କା ମାଗିଲେ ରେଫ କେଶ ରେ ଜେଲ କରିଦେବି ବୋଲି କହିଆସୁଥିଲା। ଏହି ଘଟଣା କୁ ନେଇ ଖଣ୍ଡଗିରି ଥାନା ରେ ଏତଲା ଦେବା ଫଳରେ ଆଜି କବିତା ଅଧିକାରୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.