ଭୁବନେଶ୍ବର: ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡି କେ ସିଂ ନିଜ ପଦବୀର ଅପ ବ୍ୟବହାର କରୁଥିବା ଅଭିଯୋଗ । ଏହାସହ ଅନେକ ସଂଗଠନ ମାନଙ୍କ ପାଇଁ ପାତର ଅନ୍ତର କରୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ହାଇକୋର୍ଟ ଓ ରାଜ୍ୟପାଳ ଦେଉଥିବା ନିର୍ଦ୍ଦେଶକୁ ପାଳନ ନ କରି ତାହାର ଅବମାନନା କରିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଭୟ ଶାସକ ଓ ବିରୋଧୀଦଳ ମାନେ ପଦକ୍ଷେପ ନେବାକୁ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି।
ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାଁ ସାଥୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଏନେଇ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ 60 ହଜାର ରୁ ଅଧିକ ଗାଁ ସାଥି କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କୁ ଉଚିତ ପ୍ରାପ୍ୟ ଦିଆ ନ ଯାଇ ସେମାନଙ୍କୁ ସେଥିରୁ ବାହାର କରାଯିବା ପାଇଁ ଶାସନ ସଚିବ ଯୋଜନା କରୁଛନ୍ତି । ତେବେ ଏହା ବିରୋଧରେ କମିଟିର ସଦସ୍ୟମାନେ ମଧ୍ୟ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ମାମଲାର ରାୟ ମଧ୍ୟ ଏମାନଙ୍କ ସପକ୍ଷରେ ଆସିଥିଲା। ହେଲେ ସରକାର ଏହାକୁ ପାଳନ କରୁ ନାହଁନ୍ତି। ତେଣୁ ସଙ୍ଘ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆସନ୍ତା 30 ତାରିଖରେ ପିଡ଼ି ,ଡିଆରଡିଏ ଜରିଆରେ ଗାଁ ସାଥିମାନେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା ଓ 5ଟି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ