ETV Bharat / city

MRPଠୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ: ଅବକାରୀ ମନ୍ତ୍ରୀ

author img

By

Published : Jul 30, 2022, 10:40 PM IST

ରାଜ୍ୟରେ ଏମଆରପିଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ବିଧାନସଭାର ପ୍ରଶ୍ନକାଳରେ ଏସମ୍ପର୍କିତ ପ୍ରଶ୍ନରେ ଏହାକୁ ସ୍ବୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଅଧିକ ପଢନ୍ତୁ

MRP ଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ: ଅବକାରୀ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏମଆରପିଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ବିଧାନସଭାର ପ୍ରଶ୍ନକାଳରେ ଏସମ୍ପର୍କିତ ପ୍ରଶ୍ନରେ ଏହାକୁ ସ୍ବୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ବିଧାୟକ ଅରବିନ୍ଦ ଢାଲୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନରେ ଏମଆରପିଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଛି । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଅଚାନକ ପରିଦର୍ଶନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଲେ ତଦନ୍ତ କରାଯାଇଥାଏ । ଅଧିକ ଦରରେ ବିକ୍ରି ଅଭିଯୋଗ ଆସିଲେ ଜିଲ୍ଲା ଓ ଡିଭିଜନ ସ୍ତରରେ ତଦନ୍ତ କରାଯାଉଛି । ରାଜ୍ୟ ସ୍ତରୀୟ ସ୍କ୍ୱାଡ ଦ୍ବାରା ତଦନ୍ତ ହୋଇଥାଏ । ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେଲେ ଲାଇସେନ୍ସଧାରୀଙ୍କ ବିରୋଧରେ ଗୁରୁତର ଇ-ରେଗୁଲାରିଟି ରିପୋର୍ଟ ଦାୟର ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

2021/22 ଆର୍ଥିକ ବର୍ଷରେ 29 ଟି ଗୁରୁତର ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇଛି । ଏ ବାବଦରେ 29 ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି । ସେହିପରି 2022/23 ଜୁନ ସୁଦ୍ଧା ଏମଆରପିଠାରୁ ଅଧିକ ଦାମ୍ର ଦେଶୀ ବିଦେଶୀ ମଦ ବିକ୍ରୀ ଅଭିଯୋଗରେ 31ଟି ଏସଆଇଆର ମାମଲା ଦାୟର ହୋଇଛି । ସେଥିମଧ୍ୟରୁ 8ଟି ମାମଲାରେ 8 ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ବାକି 23 ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.