ETV Bharat / city

ବିଗୁଡୁଛି ରାଜଧାନୀ, ଅଧିକ କଡାକଡି ହେବ ଏନଫୋର୍ସମେଣ୍ଟ

ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଉଛି। ଜୋରିମାନା ଆଦାୟ କରାଯାଉଛି ଓ ସିଲ ମଧ୍ୟ କରାଯାଇଛି। ଅଧିକ ପଢନ୍ତୁ...

ଅଧିକ କଡାକଡି ହେବ ଏନ୍ଫୋର୍ସମେଣ୍ଟ
ଅଧିକ କଡାକଡି ହେବ ଏନ୍ଫୋର୍ସମେଣ୍ଟ
author img

By

Published : Apr 29, 2021, 12:32 PM IST

ଭୁବନେଶ୍ବର: ରାଜଧାନୀରେ ବଢୁଥିବା ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବିଏମସି ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଗତକାଲି(ବୁଧବାର) 1 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥିତି ଏବେ ଅତ୍ୟନ୍ତ ଉଦବେଗଜନକ ହେଲାଣି । ଯାହାକୁ ନଜରରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରେ କଡାକଡି ହେଉଛି ଏନଫୋର୍ସମେଣ୍ଟ।

ଅଧିକ କଡାକଡି ହେବ ଏନ୍ଫୋର୍ସମେଣ୍ଟ

ଯେଉଁଥିପାଇଁ ପ୍ରଶାସନର ନିଷ୍ପତି କ୍ରମେ ବିଭିନ୍ନ ହାଟ ବଜାର ସିଲ ଆରମ୍ଭ କରାଯାଇଛି । ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଉଛି। ଜୋରିମାନା ଆଦାୟ କରାଯାଉଛି ଓ ସିଲ ମଧ୍ୟ କରାଯାଇଛି।

ସେପଟେ ରାଜଧାନୀରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବା ଡିଆଁ ମାରୁଛି, ତାହା ବିଏମସି କର୍ତ୍ତୃପକ୍ଷଙ୍କୁ ଡରାଇ ଦେଇଛି । ଏବେଠାରୁ ଯଦି, କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ ନଲଗାଯାଏ, ତେବେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ। ତେଣୁ ସାଧାରଣ ଲୋକମାନେ କୋଭିଡ ନିୟମ ମାନି ଚାଲନ୍ତୁ, ମାସ୍କ ପରିଧାନ କରନ୍ତୁ ତାହେଲେ ଯାଇ ସଂକ୍ରମଣରେ ରୋକ ଲଗାଯାଇପାରିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.