ଭୁବନେଶ୍ୱର: ଚଳିତ ନିର୍ବାଚନୀରେ ହୋଲୋଗ୍ରାମ ଟେକ୍ନୋଲୋଜିର ବ୍ୟବହାର କରିବ ବିଜେଡି । ସମୟ ସହ ତାଳ ଦେଇ ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ ଏହି ନୂତନ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । କେବଳ ଭାରତ ନୁହେଁ ଓଡିଶାର ରାଜଧାନୀରୁ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜିର ଆରମ୍ଭ ହୋଇଛି ।
ନିର୍ବାଚନୀ ପ୍ରଚାରର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଥ୍ରୀଡିରେ ଦେଖିବେ ଜନତା । ଏପରିକି ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଏହି ଥ୍ରୀଡି ମାଧ୍ୟମରେ ଲୋକମାନଙ୍କ ଅବଗତ କରାଯିବ । ଆରମ୍ଭ ପ୍ରଥମ ଦିନରେ ରାଜଧାନୀର 3ଟି ଅଞ୍ଚଳରେ ଯଥା ନୟାପଲ୍ଲୀ ଅଞ୍ଚଳରେ ଥିବା ସାଲିଆ ସାହି ବସ୍ତି, ୟୁନିଟି ୩ର ମସଜିଦ ବସ୍ତି ଓ କଲ୍ପନା ପକହାରେ ଥିବା ମହିସାଖାଲ ବସ୍ତିରେ ଏହି ଟେକ୍ନୋଲୋଜି ଭ୍ୟାନ ମାଧ୍ୟମରେ ବୁଲିବ ।
ହୋଲୋଗ୍ରାମରେ ହାଇଫାଇ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ରାଜଧାନୀର ଏହି 3ଟି ଅଞ୍ଚଳ ବୁଲିବା ପରେ ଓଡ଼ିଶାର ୩୦ଟି ଜିଲ୍ଲାରେ ସାଧାରଣ ଲୋକମାନଙ୍କ ପାଖରେ ଏହା ପହଞ୍ଚିବ। ଆଉ ଓଡ଼ିଶାବାସୀଙ୍କ ନବୀନ ପଟ୍ଟନାୟକ ନିଜ ପ୍ରତ୍ୟେକ ଉଦ୍ଦେଶ୍ୟକୁ ପହଞ୍ଚାଇବାରେ ସଫଳ ହୋଇପାରିବେ ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ