ETV Bharat / city

ନାଁକୁ ମାତ୍ର ପ୍ଲାଷ୍ଟିକ ବ୍ୟାନ, ଷଣ୍ଢ ପେଟରୁ ବାହାରିଲା ୭୦ କେଜିର ପଲିଥିନ

ଭୁବନେଶ୍ବରର ଏକ ଷଣ୍ଢ ପେଟରୁ ବାହାରିଛି ୭୦ କେଜିର ପଲିଥିନ । ଯାହା ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 1, 2019, 8:16 AM IST

ଭୁବନେଶ୍ବର: ପ୍ଲାଷ୍ଟିକ ପାଇଁ ବିପଦରେ ପ୍ରାଣୀ ଜଗତ । ମଣିଷଠୁ ଆରମ୍ଭ କରି ପଶୁ ପର୍ଯନ୍ତ ସଭିଏଁ ଯେମିତି ପ୍ଲାଷ୍ଟିକର ବୁଢିଆଣି ଜାଲରେ ଛନ୍ଦି ହୋଇପଡିଛନ୍ତି । ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର କରି ମନୁଷ୍ୟ ନିଜ ପାଇଁ ବିପଦ ସୃଷ୍ଟି କରିବା ସହ ପଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିପଦ ଆଣୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିଲେ ଆପଣ ତାଜୁବ ହୋଇଯିବେ । ଭୁବନେଶ୍ବରର ଏକ ଷଣ୍ଢ ପେଟରୁ ବାହାରିଛି ୭୦ କେଜିର ପଲିଥିନ । ଯାହା ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ଷଣ୍ଢର ପେଟରେ ପଲିଥିନ ରହିଥିବାରୁ ଷଣ୍ଢଟି ଛଟପଟ ହେଉଥିବାବେଳେ ପଶୁ ଡାକ୍ତରଙ୍କ ସହାୟତାରେ ଷଣ୍ଢଟିର ଅପରେସନ ହୋଇଥିଲା । ପରେ ତା ପେଟରୁ ୭୦ କେଜିର ପଲିଥିନ କଢାଯାଇଛି ।

ସେପଟେ ଭୁବନେଶ୍ବରରେ ପଲଥିନ ବ୍ୟାନ କରାଯାଇଥିଲେ ମଧ୍ୟ ଏପର୍ଯନ୍ତ ତାହା ବ୍ୟବହାର ହେଉଛି । ଏପରିକି ଡଷ୍ଟବିନ ଥାଇ ମଧ୍ୟ ଏଣେ ତେଣେ ପଲିଥିନ ଫିଙ୍ଗିବା ଯୋଗୁଁ ଏହା ଏବେ ସମସ୍ୟା ସୃଷ୍ଟି କରୁଥିବା ପ୍ରାଣି ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.