ETV Bharat / city

ବାଣିଜ୍ୟ ମନ୍ତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଚିଠି, ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପାଇଁ କଲେ ନିବେଦନ

ପିଏମ୍ ମିତ୍ର ଯୋଜନାରେ ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ବାଣିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ବାଣିଜ୍ୟ ମନ୍ତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଚିଠି, ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପାଇଁ କଲେ ନିବେଦନ
ବାଣିଜ୍ୟ ମନ୍ତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଚିଠି, ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପାଇଁ କଲେ ନିବେଦନ
author img

By

Published : Oct 26, 2021, 1:15 PM IST

ଭୁବନେଶ୍ବର: ବାଣିଜ୍ୟ ମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାମନ୍ତ୍ରୀ । ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ଵାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍‌ ଟେକ୍ସଟାଇଲ ରିଜିଓନ ଏଣ୍ଡ୍ ଆପାରେଲ ( ମିତ୍ର ) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ପିପିପି ମୋଡରେ ଭାରତୀୟ କମ୍ପାନୀମାନଙ୍କୁ ବୟନ ଏବଂ କପଡା ଶିଳ୍ପ କ୍ଷେତ୍ରରେ ବିଶ୍ଵ ଚାମ୍ପିଅନ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ ସ୍ପେଶାଲ ପ୍ରୋପଜ ଭେଇକିଲ୍ ବିକଶିତ ହେଉଛି । ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ । ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ ପୂର୍ବୋଦୟ ମିଶନ ” କଳ୍ପନା ବହୁମାତ୍ରାରେ ସାକାର ହୋଇପାରିବ ।

ବୟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି । ଓଡିଶାର ହସ୍ତତନ୍ତ ଉଚ୍ଚକୋଟିର ଡିଜାଇନ୍‌ ଏବଂ ଗୁଣବତା ପାଇଁ ବିଶ୍ଵ ବିଖ୍ୟାତ । ତେଣୁ ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି । ନିକଟ ଅତୀତରେ ଓଡିଶା ସିପେଟ୍ , ଆଇଆଇଟି , ଆଇଆଇଏମ , ନିଟ୍ , ଆଇଆଇଆଇଟି, ଏମ୍ସ, ନାଇଜର, ଦକ୍ଷତା ବିକାଶ କେନ୍ଦ୍ର, ଇଣ୍ଡିଆନ ଅଏଲ- ଆଇସିଟି ଓଡିଶା କ୍ୟାମ୍ପସ ଭଳି ବିଶ୍ବସ୍ତରୀୟ ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଦ୍ଵାରା ଓଡିଶା ଜ୍ଞାନ ଏବଂ ଦକ୍ଷତାର ପେଣ୍ଠସ୍ଥଳି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତିଷ୍ଠା କରାଯାଇଛି । ଏହାଦ୍ଵାରା ଶିଳ୍ପ ଚାହିଦା ଆଧାରରେ ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରାଯାଉଛି ।

୧୦ ହଜାର କିମିର ରାଜପଥ ନେଟୱାର୍କ , ପାରାଦୀପ , ଧାମରା ଓ ଗୋପାଳପୁର ବନ୍ଦର, ଶିଳ୍ପ କେନ୍ଦ୍ରର ନିକଟବର୍ତ୍ତୀ ରାଜ୍ୟରେ ଅତିକ୍ରମ କରୁଥିବା ଜଗଦିଶପୁର-ହଳଦିଆ ଏବଂ ବୋକାରୋ - ଧାମରା ( ଜେଏଚବିଡିପିଏଲ ) ଗ୍ୟାସ ପାଇପଲାଇନ ସହ ଲଜିଷ୍ଟିକ୍‌ ଏବଂ ଶିଳ୍ପାୟନ ସହ ଓଡିଶା ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୋଇରହିଛି । ଆନୁସଙ୍ଗିକ ବ୍ୟବସ୍ଥା ସହ ଧାମରା ବନ୍ଦର ଏବଂ ଭୁବନେଶ୍ଵର ନିକଟ ମଳିପଡା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡା ପାର୍କ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାସହିତ ଭଦ୍ରକ ଠାରେ ଟେକ୍ନିକାଲ୍ ଟେକ୍ସଟାଇଲ ପାର୍କକୁ ମଧ୍ୟ ବିକଶିତ କରାଯାଉଛି । ଏହି ପାର୍କ ବାର୍ଷିକ ୩୦୦ କିଲୋ ଟନ୍ ବିଶିଷ୍ଟ ଆଇଓସିଏଲ ପଲିଷ୍ଟର ଏବଂ ଫାଇବର ପାଂଟ୍ରର ସାହାଯ୍ୟରେ ବାର୍ଷିକ ୧୦୦ କିଲୋ ଟନ୍ ବିଶିଷ୍ଟ ପଲିଷ୍ଟର ଷ୍ଟାପଲ ଫାଇବର , ବାର୍ଷିକ ୧୬୫ କିଲୋ ଟନ୍ ବିଶିଷ୍ଟ ଡ୍ରୋନ୍ ଟେକ୍ସଚରଡ୍ ୟାର୍ସ ଏବଂ ବାର୍ଷିକ ୩୫ କିଲୋ ଟନ ବିଶିଷ୍ଟ ଫୁଲି ଡ୍ରୋନ ୟାନ ଏହି ପାର୍କ ପାଇଁ ଫିଡ୍ ଷ୍ଟକ୍ ରହିଛି । ତେଣୁ ଏହି ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଗ୍ରୀନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ ଧର୍ମେନ୍ଦ୍ର ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.