ETV Bharat / city

ରାଜ୍ୟକୁ ମହାମାରୀ ଚିନ୍ତା, କୋଭିଡ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ପାଇଁ ଗାଇଡ୍‌ଲାଇନ ଜାରି

ସମସ୍ତ କୋଭିଡ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟର ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ(ACS)। ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ ଜାରି
ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ ଜାରି
author img

By

Published : Apr 13, 2021, 1:05 PM IST

ଭୁବନେଶ୍ବର: କୋରୋନା ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ । ସମସ୍ତ କୋଭିଡ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟର ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ(ACS)।

ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ ଜାରି
ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ ଜାରି

ପ୍ରଥମ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ଭାବେ ବ୍ୟବହୃତ ହେଉଥିବା ହସ୍ପିଟାଲ ଲାଗି ଏସଓପି ଜାରି ହୋଇଛି। ଆବଶ୍ୟକତାକୁ ଦେଖି ପର୍ଯ୍ୟାୟକ୍ରମେ ଖୋଲିବ କୋଭିଡ କେନ୍ଦ୍ର। କୋଭିଡ କେନ୍ଦ୍ରରେ ୫୦ଟି ଲେଖାଏଁ ଶଯ୍ୟା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଛି। ତେବେ କୋଭିଡ ମେଡିକାଲରେ ପ୍ରସ୍ତୁତି ରଖିବାକୁ କୁହାଯାଇଛି। ସାଧାରଣ ଶଯ୍ୟାର ୨୦% ICU ଶଯ୍ୟା ରଖିବାକୁ ନିର୍ଦ୍ଦେଶ ହୋଇଛି । ଅତି କମ୍‌ରେ ଅଧା ICU ଶଯ୍ୟାରେ ରଖାଯିବ ଭେଣ୍ଟିଲେଟର ବ୍ୟବସ୍ଥା।

ଏହାସହ ଶତାଧିକ ଶଯ୍ୟା ଥିବା କେନ୍ଦ୍ରରେ ସବୁ ସର୍ଜରୀ ଓ ଡାଏଲିସିସ ସୁବିଧା ରହିବ। ସରକାରୀ ଏବଂ ବେସରକାରୀ କୋଭିଡ୍ ସୁବିଧା ଯାହା ସମୟରେ କାର୍ଯ୍ୟକ୍ଷମ ହୋଇଥିଲା । ଓଡିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ, ସମସ୍ତ ଘରୋଇ ଡାକ୍ତରଖାନା ଶଯ୍ୟା କିମ୍ବା ଅଧିକରୁ ଅଧିକ ଉପଲବ୍ଧ ଶଯ୍ୟାଗୁଡିକର ଅତିକମରେ 10% ରହିବା ଆବଶ୍ୟକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.