ଭୁବନେଶ୍ବର: ରାଜ୍ୟରେ ସାଙ୍ଘାତିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 1981 ସଂକ୍ରମିତ ଚିହ୍ନଟ । 9 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 1225 କ୍ବାରେଣ୍ଟାଇନ ଓ 756 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।
30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 6, ବାଲେଶ୍ବରରୁ 59, ବରଗଡରୁ 27, ଭଦ୍ରକରୁ 65, ବଲାଙ୍ଗୀରରୁ 27, ବୌଦ୍ଧରୁ 22, କଟକରୁ 131, ଦେବଗଡରୁ 16, ଢେଙ୍କାନାଳରୁ 39, ଗଜପତିରୁ 8, ଗଞ୍ଜାମରୁ 267, ଜଗତସିଂହପୁରରୁ 42, ଯାଜପୁରରୁ 60, ଝାରସୁଗୁଡାରୁ 8, କଳାହାଣ୍ଡିରୁ 39, କନ୍ଧମାଳରୁ 179, କେନ୍ଦ୍ରାପଡାରୁ 29, କେନ୍ଦୁଝରରୁ 23, ଖୋର୍ଦ୍ଧାରୁ 274, କୋରାପୁଟରୁ 97, ମାଲକାନଗିରିରୁ 64, ମୟୂରଭଞ୍ଜରୁ 37, ନବରଙ୍ଗପୁରରୁ 18, ନୟାଗଡରୁ 56, ନୂଆପଡାରୁ 16, ପୁରୀରୁ 77, ରାୟଗଡାରୁ 55, ସମ୍ବଲପୁରରୁ 38, ସୋନପୁରରୁ 57 ଓ ସୁନ୍ଦରଗଡରୁ 145 ଜଣ ରହିଛନ୍ତି ।
ସେପଟେ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, କଟକରୁ 2, ମୟୂରଭଞ୍ଜରୁ 2, କନ୍ଧମାଳରୁ ଜଣେ ଓ ସୁନ୍ଦରଗଡରୁ ଜଣେ ରହିଛନ୍ତି ।
ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52,653 କୁ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା 314କୁ ବୃଦ୍ଧି ପାଇଛି । ସେହିପରି 36,478 ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । 15,808ଟି ରହିଛି ସକ୍ରିୟ ମାମଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ