ETV Bharat / city

ପୂଜାରେ କୋରୋନା ଚ୍ୟାଲେଞ୍ଜ, ସଂକ୍ରମଣ ବଢୁଥିବା ଅଞ୍ଚଳରେ ଫୋକସ

author img

By

Published : Oct 9, 2021, 3:48 PM IST

ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ । ଟିକିଏ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ପୂଜାରେ କୋରୋନା ଚ୍ୟାଲେଞ୍ଜ, ସଂକ୍ରମଣ ବଢୁଥିବା ଅଞ୍ଚଳ ଉପରେ ଫୋକସ

ଭୁବନେଶ୍ବର: ପୂଜା ଆରମ୍ଭରୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଟିକିଏ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । କେନ୍ଦ୍ର ସରକାର କହିଛନ୍ତି ଯେଉଁଠି ଅଧିକ ସଂକ୍ରମଣ ବଢୁଛି କଣ୍ଟେନମେଟ ଜୋନ କରିବା ଆବଶ୍ୟକ। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। କୋଭିଡ ନିୟମକୁ ଅଧିକ କଡ଼ାକଡି ପାଳନ ଉପରେ ରହିବ ଅଧିକ ଫୋକସ। ଭିଡ଼କୁ ଏଡାଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି। ପୂଜାରେ ସତର୍କ ରହିବା ଦରକାର।

ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି ତାହାର ଦୈନିକ ଆନାଲିସିସ କରାଯିବ ବୋଲି କହିଛନ୍ତି ସ୍ୱସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ ରହୁଥିବା ବେଳେ କଟକରେ ମଧ୍ୟ ଅଧିକ ସଂକ୍ରମଣ ରହୁଛି। ତେବେ ପୂଜା ପାଇଁ ଏହି ସମସ୍ତ ସହର ସହ ଅନ୍ୟ ଯେଉଁ ଠାରେ ସଂକ୍ରମଣ ବଢିବ ତାହା ଉପରେ ନଜର ରଖାଯିବ। ସେହି ଠାରେ କଟକଣା କଡାକଡି କରାଯିବ। ରାଜଧାନୀରେ ଦୈନିକ ସଂକ୍ରମଣ ୨୦୦ରୁ ୩୦୦ ମଧ୍ୟରେ ସଂକ୍ରମଣ ରହୁଛି। ତେଣୁ ଆଉ କିଛି ମାସ ପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.