ETV Bharat / city

ସମ୍ବିଧାନ ଦିବସ, ଅହିଂସାକୁ ମୁଖବନ୍ଧରେ ସ୍ଥାନିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ବିଧାନସଭାରେ ସମ୍ବିଧାନ ଦିବସ ପାଳିତ । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବାକୁ ପୁଣି ଥରେ ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ।

Constitution Day
ସମ୍ବିଧାନ ଦିବସ, ଅହିଂସାକୁ ମୁଖବନ୍ଧରେ ସ୍ଥାନିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି
author img

By

Published : Nov 26, 2019, 4:00 PM IST

ଭୁବନେଶ୍ବର: ଓଡିଶା ବିଧାନସଭାରେ ସମ୍ବିଧାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରିଛନ୍ତି । ଏହା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଠ ସମ୍ମାନ ହେବ ।

ସମ୍ବିଧାନ ଦିବସ, ଅହିଂସାକୁ ମୁଖବନ୍ଧରେ ସ୍ଥାନିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ସମ୍ବିଧାନର ପ୍ରଣେତା ବି.ଆର.ଆମ୍ବେଦକର ମଧ୍ୟ ସମ୍ବିଧାନର ସୁରକ୍ଷା ଓ ସଂରକ୍ଷଣ ପାଇଁ ଗୁରୁତ୍ବ ଦେଇଛନ୍ତି । ଏହାଦ୍ବାରା ଆମେ ଆମ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ । ତେଣୁ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ବ ।

ଏଥିସହ ସମ୍ବିଧାନ ପ୍ରଣୟନରେ ଓଡିଶା ବିଧାନସଭାର ସଦସ୍ୟ ବିଚିତ୍ରାନନ୍ଦ ଦାସ, ସାରଙ୍ଗଧର ଦାସ, ଲାଲ ମୋହନ ପତି, ଯୁଧିଷ୍ଟିର ଦାସ, ମାଳତୀ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ, ହରେକୃଷ୍ଣ ମହତାବ ପ୍ରମୁଖଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ ।

ଏହି ଅବସରରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ସମ୍ବିଧାନ ଗଠନର 70 ବର୍ଷ ବିତିଯାଇଥିଲେ ବି ସମସ୍ତଙ୍କୁ ସମ୍ମାନ ସହ ବଞ୍ଚିବା ଓ କହିବାର ଅଧିକାର ମିଳିନି । ଯେଉଁଠି ଏହି ଅଧିକାରର ହନନ ହେଉଛି ସେଠାରେ ଲୋକ ପ୍ରତିନିଧି ଭାବେ ଆମେ ସେମାନଙ୍କୁ ସୁରକ୍ଷା ଦେବା ଉଚିତ୍‌ । ଆମ ନୀତି ନିୟମ ମଧ୍ୟ ସମ୍ବିଧାନର ସୁରକ୍ଷା ପାଇଁ ହେବା ଉଚିତ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦଳମତ ନିର୍ବିଶେଷରେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ । କେବଳ ଖାଇବାକୁ ଦେଇଦେଲେ ବଞ୍ଚିବାର ଅଧିକାର ପୂରଣ ହୁଏନି । ବଞ୍ଚିବାର ଅଧିକାର, ସ୍ବାଧୀନତାର ଅଧିକାର, ସମାନତାର ଅଧିକାର ଓ ସମ୍ମାନର ଅଧିକାରକୁ ପ୍ରକୃତ ଅର୍ଥରେ ପାଳନ ହେଉ ବୋଲି ସେ କହିଛନ୍ତି । ସମ୍ବିଧାନକୁ କାର୍ଯ୍ୟକାରୀ କରିବାରେ କେଉଁଠି ତୃ୍ଟି ରହିଛି ଓ ଏହାର କିଭଳି ସୁଧାର ହୋଇପାରିବ ତାର ସମୀକ୍ଷା ହେବା ଆବଶ୍ୟକ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.