ଭୁବନେଶ୍ବର: ବିଦେଶୀ ଟିକା ନିର୍ମାତା କମ୍ପାନୀ ଠାରୁ ଟିକା କିଣିବ ଓଡ଼ିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରିବ ଓଡ଼ିଶା । ଏ ସମ୍ପର୍କିତ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହାସହ 2 ଟି କମିଟି ମଧ୍ୟ ଗଠନ କରିଛନ୍ତି ସରକାର । କୋରୋନା ଟିକା ପାଇଁ ଓଡିଶାର ଗ୍ଲୋବାଲ ଟେଣ୍ଡର ଆହ୍ବାନକୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଅଭିଷେକ ମନୁ ସିଙ୍ଗଭି ।

ଅଭିଷେକ କହିଛନ୍ତି, ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାର ଏହା କରିବାର ଥିଲା କିନ୍ତୁ ଏଭଳି ନକରି ବିଦେଶକୁ କୋରୋନା ଟିକା ରପ୍ତାନି କରିଥିଲେ କେନ୍ଦ୍ର ସରକାର, ଯେଉଁଥିପାଇଁ ଦେଶରେ ଟିକା ସମସ୍ୟା ଦେଖାଦେଉଛି । ସ୍ବଳ୍ପ ସମ୍ବଳ ସତ୍ତ୍ବେ ଓଡ଼ିଶା ଦେଶକୁ ବାଟ ଦେଖାଇଛି । ରାଜ୍ୟର ସମସ୍ତଙ୍କୁ ଟିକା ଦେବା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅଭିଷେକ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ