ETV Bharat / city

Odisha Assembly: ଜାତିଗତ ପ୍ରମାଣ ପତ୍ର ନେଇ ବିଧାନସଭାରେ ଉଦବେଗ

author img

By

Published : Jul 23, 2022, 5:24 PM IST

ଜାତିଗତ ପ୍ରମାଣପତ୍ରକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡିଛନ୍ତି । ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ଜାତିଗତ ପ୍ରମାଣପତ୍ରକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡିଛନ୍ତି । ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି ।

ଜାତିଗତ ପ୍ରମାଣ ପତ୍ରକୁ ନେଇ ସରକାରଙ୍କୁ ଘେରିଛନ୍ତି ଶାସକ ଓ ବିରୋଧୀ ବିଧାୟକ । ମୂଳ ପ୍ରଶ୍ନକର୍ତ୍ତା ଭାସ୍କର ମଢେଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନ ଉଠାଇଛନ୍ତି । ଏହାର ଉତ୍ତର ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରଖିଛନ୍ତି । ସେ କହିଛନ୍ତି ଯେ, ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି । ୧୬୯ ଜାତି ତାଲିକାକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗଙ୍କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ୨୦ ଟି ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଉଛି ।

ତାଲିକାରୁ ବାଦ ପଡିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି । ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.