ଭୁବନେଶ୍ବର: ଏଣିକି ସ୍ୱତନ୍ତ୍ର କାରାଗାରରେ ଅପରାଧୀଙ୍କ ଯୋଜନା ଉପରେ ରହିବ ନଜର । ଜେଲ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ କାରାଗାର ପ୍ରଶାସନ ଏହା ଉପରେ କସରତ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟର ନିୟମାବଳୀ ଅନୁସାରେ ରାଜ୍ୟରେ ମଡେଲ ଡିଟେନସନ ସେଣ୍ଟର ସ୍ଥାପନ ପାଇଁ ଯୋଜନା ହୋଇଛି । ଏନେଇ ଜେଲ ଅଧିକାରୀ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଆଠଗଡ ସ୍ଥିତ ନିର୍ମାଣଧୀନ ଜେଲକୁ ଅନୁଧ୍ୟାନ କରିବାକୁ ଯାଇଥିଲେ ।
ତେବେ ଜେଲ ପ୍ରଶାସନ ସଂସ୍କାରମୂଳକ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ହାଇ ସିକ୍ୟୁରିଟି ଜେଲକୁ ଏବେ ଆଦର୍ଶ ଜେଲ କରାଯିବାକୁ ନିଷ୍ପତି ହୋଇଛି । ଏହି ଆଦର୍ଶ କାରାଗାରରେ କେବଳ ଦୋଷୀ ସାବ୍ୟସ୍ତ କଏଦୀ ହିଁ ରହିପାରିବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ କାରାଗାର ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀ, ଗ୍ୟାଙ୍ଗଷ୍ଟରଙ୍କୁ ରଖିବା ପାଇଁ ଜେଲ ବିଭାଗ ପକ୍ଷରୁ ଏଜ ହାଇସିକ୍ୟୁରିଟି ଜେଲ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଜେଲ ବିଭାଗର ଏଭଳି ନିଷ୍ପତ୍ତିକୁ ପୂର୍ବତନ ପୋଲିସ ଡିଜିଙ୍କ ଏସ.ଏନ ତିୱାରୀ ସ୍ୱାଗତ କରିଛନ୍ତି ।
ତାଙ୍କ କହିବାନୁଯାୟୀ, ବିଭିନ୍ନ ଧରଣର ଅପରାଧୀମାନେ ଏକତ୍ରିତ ଭାବରେ ଜେଲରେ ରହୁଛନ୍ତି । ରାଜ୍ୟ ସମସ୍ତ କାରାଗାରରେ ଯେମିତି ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବେ ପରିଚାଳିତ ହେଉନାହିଁ । ଫଳରେ ଜେଲ ଭିତରକୁ ସିଗାରେଟ, ଗଞ୍ଜେଇ ଭଳି କିଛି ନିଶା କାରବାର ଚାଲାଣ ହେଉଛି । ସେହିପରି ଗୋଟିଏ ଜେଲରେ ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ରହିବା ଫଳରେ ସେମାନଙ୍କ ଭିତରେ ସଂଘର୍ଷ ଘଟିଥାଏ । ଏହା ଭିତରେ ସେମାନେ ଅପରାଧର ଏକ ବ୍ଲୁ ପ୍ରିଣ୍ଟ କରିଥାନ୍ତି।
ଏହାଛଡା ଦଶପଲ୍ଲାରେ ବାଳ ଅପରାଧୀଙ୍କ ପାଇଁ ସୁଧାରଗୃହ ନିର୍ମାଣ ହେବ । ଯାହାକୁ ବରିଷ୍ଠ ଆଇନଜୀବୀ ବନ ମହାନ୍ତି ସ୍ବାଗତ କରିଛନ୍ତି । ସେପଟେ ଆଠଗଡରେ 20 ଏକର ଜମିରେ ନିର୍ମାଣାଧୀନ ହାଇସିକ୍ୟୁରିଟି ଜେଲରେ ପ୍ରାୟ ୫୦୦ ରୁ ଉର୍ଦ୍ଧ କଏଦୀ ଗସ୍ତ କରିବେ । ଯାହାକୁ ରାଜ୍ୟ ସରକାର ଏକ ଆଦର୍ଶ ଜେଲ ଭାବେ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ।
ଭୁବେନଶ୍ବରରୁ ବିକାଶ ଦାସ, ଇଟିଭି ଭାରତ