କଟକ: ପୁଣି ବଢିଲା ବସ୍ ଭଡା । ତୈଳ ଦର ବଢୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଥିବା ବସ୍ ମାଲିକ ସଙ୍ଘ ପକ୍ଷରୁ ପ୍ରକାଶ ପାଇଛି । ଲୋକାଲ୍ ବସ୍ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇ ଥିବାବେଳେ ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।
- ସେହିଭଳି ଡିଲକ୍ସ ବସ ଭଡା 1.25 ପଇସାରୁ ବୃଦ୍ଧି ପାଇ କିମି 1.31 ପାଇସାରେ ପହଞ୍ଚିଛି ।
- ଏସି ଡିଲକ୍ସ ବସ ଭଡା କିମି ପିଛା 1.53 ପାଇସାରୁ ବୃଦ୍ଧି ପାଇଁ 1.59 ପଇସା ହୋଇଛି ।
- ସୁପର ପ୍ରିମିୟମ୍ ବସ ଭଡା କିମି ପିଛା 2.38 ପାଇସାରୁ ବଢି 2.47 ପଇସା ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ