ଭୁବନେଶ୍ବର: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଭ୍ୟାକ୍ସିନେସନରେ ବିଏମସି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭୁବନେଶ୍ୱରରେ 20 ଲକ୍ଷ ଟୀକାକରଣ ଟାର୍ଗେଟ ପୂରଣ ହୋଇଛି । ଭୁବନେଶ୍ୱରରେ ଗୁରୁବାର ସୁଦ୍ଧା ମୋଟ 20 ଲକ୍ଷ 4ହଜାର 628 ଡୋଜ ଟିକା ଦିଆଯାଇଛି ।
ସେଥି ମଧ୍ୟରୁ 11ଲକ୍ଷ 19ହଜାର 628 ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । 8 ଲକ୍ଷ 84 ହଜାର 946 ଜଣ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ