ETV Bharat / city

ନର୍ସ ନିହାରୀକା ହତ୍ୟାକାଣ୍ଡ: ପରିବାରକୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା - ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତର ଟେର ପାଉନି ପୋଲିସ

ନର୍ସ ନିହାରୀକା ହତ୍ୟାକାଣ୍ଡ ମାମଲାକୁ 10 ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତର ଟେର ପାଉନି ପୋଲିସ । ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 20, 2019, 12:00 AM IST

ଭୁବନେଶ୍ବର: ନର୍ସ ନିହାରୀକା ହତ୍ୟାକାଣ୍ଡ ମାମଲାରେ ଏବେ ବି ଅଭିଯୁକ୍ତର ଟେର୍‌ ପାଉନି ପୋଲିସ । ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରୁ ଭେଟି ସମବେଦନା ଜଣାଇଛନ୍ତି ।

BJP mahila morcha meets nurse niharika family
ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଏଥିସହିତ ଏହି ପ୍ରତିନିଧି ଦଳ ବିଲୁଆ ଖାଇ ନଦୀ ପଠା ଏବଂ ମୃତ ନିହାରିକା କାର୍ଯ୍ୟ କରୁଥିବା ନର୍ସିଂହୋମରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପରେ ପୋଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ୪୮ ଘଣ୍ଟା ଭିତରେ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅତିରିକ୍ତ ପୋଲିସ ଡିଜି ଘଟଣାକୁ ଗୁରୁତର ସହ ନେଇ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନର୍ସ ନିହାରିକା ନିଖୋଜକୁ ନେଇ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯଦ୍ବାରା ଏକ ନୀରିହ ଝିଅ ନିଜ ଜୀବନ ହରାଇଲା । ଅପରପକ୍ଷେ ନିହାରିକା ଏକମାତ୍ର ରୋଜଗାରକ୍ଷମ ଥିବାରୁ ପୂରା ପରିବାରର ଭରଣପୋଷଣ ଦାୟିତ୍ବ ତା' ଉପରେ ନିର୍ଭର କରୁଥିଲା । ରାଜ୍ୟସରକାର ୫ଟି ଲଗାଇ ଅପରାଧୀକୁ ଧରିବାରେ ସହାୟ ହୁଅନ୍ତୁ, ନଚେତ୍ ଆଗାମୀ ଦିନରେ ମୃତ ନିହାରିକାକୁ ନ୍ୟାୟ ଦେବାକୁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପରିଡା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଓଡିଶାରେ ମହିଳା ଅସୁରକ୍ଷିତ ହୋଇଥିବା ସମୟରେ ଗୃହ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । କୁନ୍ଦୁଲୀ, ବେବିନା, ଇତିଶ୍ରୀ, ମାଧବିଲତା ଭଳି ନିହାରିକା ଆଜି ବଳି ପଡିଛି । ରାଜ୍ୟସରକାର ବଡ ବଡ ଭାଷଣ ଦେଉଥିବାବେଳେ ସମାଜରେ ଶିକ୍ଷିତ ଝିଅକୁ ବି ସୁରକ୍ଷା ଦେଇପାରିବାରେ ଆଜି ଅସଫଳ । କେବେ ମହିଳାମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରଣୟନ କରିବେ ରାଜ୍ୟସରକାର ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା ।

ବିଳୁଆ ଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଆଜି ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ଗୃହ ବିଭାଗର ମୁଖ୍ୟ ନବୀନ ପଟ୍ଟନାୟ ଘଟଣାକୁ ନିନ୍ଦା କଲେ ନାହିଁ କି ପଦଟିଏ ମହିଳାମାନଙ୍କ ସୁରକ୍ଷା ଉପରେ ମୁହଁ ଖୋଲିଲେ ନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମହିଳା କମିଶନ ବି ଏହି ଘଟଣାରେ ନୀରବଦ୍ରଷ୍ଟା । ତୁରନ୍ତ ପୋଲିସ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ଯେଉଁଠି ରାଜ୍ୟ ସରକାର ଓଭରଟେକିଂକୁ ଚେକ୍ କରିବା, ଡ୍ରୋନ ଉଡାଇବା କଥା କହୁଛନ୍ତି ସେଠି ମହିଳାଙ୍କ ସୁରକ୍ଷାକୁ ନେଇ କେତେ ସଜାଗ ତାହା ଏଭଳି ଘଟଣା ସ୍ପଷ୍ଟ କରୁଛି । ସେହିପରି ମହିଳାଙ୍କୁ ସୁରକ୍ଷା ଦେବା ଏବଂ ମହିଳା ବିରୋଧୀ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ଡ୍ରୋନ ଲଗାନ୍ତୁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଆସ୍କା ବିଜେପି ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ, ସଂପାଦିକା ରଶ୍ମିରେଖା ଦାସ, ଐଶ୍ବର୍ଯ୍ୟା ବିଶ୍ବାଳ, କ୍ରୀଷ୍ଣା ମହାନ୍ତି, ଯାଜ୍ଞସେନୀ ଜେନା, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମହିଳା କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ରାଜ୍ୟରେ ନାବାଳିକାଠୁ ଆରମ୍ଭ କରି ମହିଳା ସବୁ ସ୍ଥାନରେ ଅସୁରକ୍ଷିତ, ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଣଦୁଷ୍କର୍ମ, ନାବାଳିକା ଗର୍ଭବତୀ, ଦୁଷ୍କର୍ମ ସହ ହତ୍ୟା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ରାଜ୍ୟସରକାର ଦୋଷୀଙ୍କୁ ଧରିବାରେ ପୂରା ଫେଲ୍ ମାରିଛନ୍ତି । ଗୃହ ବିଭାଗ ଓ ପୋଲିସ ପ୍ରଶାସନ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ପୂରା ଅପାରଙ୍ଗମ । ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର ଗତ ୧୦ ଦିନ ତଳୁ ନିଖୋଜ ହେବା ଏବଂ ତାଙ୍କ ମୃତ ଦେହ ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ମିଳିବା ପରେ ପୋଲିସ ଅପରାଧୀକୁ ଧରି ନପାରିବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ ପ୍ରତିନିଧୀ ଦଳ ବିଲୁଆ ଖାଇ ନଦୀ ପଠା, ମୃତ ନିହାରିକା କାର୍ଯ୍ୟକରୁଥିବା ନର୍ସିଂହୋମରେ ପହଂଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି । ପରେ ପୋଲିସ ଡିଜିଙ୍କୁ ଘେଟି ଘଟଣା ସଂର୍ପକରେ ଅବଗତ କରାଇବା ସହ ୪୮ ଘଂଟା ଭିତରେ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୋଲିସ ଅତିରିକ୍ତ ଡିଜି ଘଟଣାକୁ ଗୁରୁତର ସହ ନେଇ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିନିଧୀ ଦଳ ଆଗରେ ପ୍ରତିଶୃତି ଦେଇଛନ୍ତି । ରାଜ୍ୟରେ ପୋଲିସ ଠିକ୍ ଭାବେ ତାର କାର୍ଯ୍ୟ କରୁନାହିଁ । ପୋଲିସର ଅପାରଗତା ଯୋଗୁଁ ମୃତ ଷ୍ଟାଫ ନର୍ସ ନିହାରିକା ନିଖୋଜ ହେବାର ୧୦ ଦିନ ପରେ ବି ଅପରାଧୀ ଧରା ପଡିନାହିଁ । ପରିବାର ପକ୍ଷରୁ ନିହାରିକା ନିଖୋଜ ହେବା ଘଟଣା କଟକ ମଧୁପାଟଣା ଥାନାରେ ଏତଲା ଦେବା ପରେ ବି ପୋଲିସ କ୍ରିୟାଶିଳ ନହୋଇ ଚୁପ୍ ରହିଲା । ପୋଲିସ ଯଦି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିଥାନ୍ତା ଆଜି ହୁଏତ ନିରୀହ ଝିଅଟିର ଜୀବନ ବଂଚିଯାଇଥାନ୍ତା । ଅନ୍ୟପଟେ ନିହାରିକା ଏକମାତ୍ର ରୋଜଗାରକ୍ଷମ ଥିବାରୁ ପୂରା ପରିବାରର ଭରଣପୋଷଣ ଦାୟୀତ୍ୱ ତା ଉପରେ ନିର୍ଭର କରୁଥିଲା । ରାଜ୍ୟସରକାର ୫ଟି ଲଗାଇ ଅପରାଧୀକୁ ଧରନ୍ତୁ । ମୃତ ନିହାରିକା ପରିବାରକୁ ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପରିଡା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି । ଓଡିଶାରେ ମହିଳା ଅସୁରକ୍ଷିତ ହୋଇଥିବା ସମୟରେ ଗୃହବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । କୁନ୍ଦୁଲୀ, ବେବିନା, ଇତିଶ୍ରୀ, ମାଧବିଲତା ଭଳି ନିହାରିକା ଆଜି ବଳି ପଡିଛି । ରାଜ୍ୟସରକାର ଶିକ୍ଷିତ ଝିଅକୁ ବି ସୁରକ୍ଷା ଦେଇପାରିଲେ ନାହିଁ । ମହିଳାମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ କେବେ ପ୍ରଣୟନ କରିବେ ରାଜ୍ୟସରକାର ? ବିଳୁଆଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁର୍ଷ୍କମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନରାବୃତି ହୋଇଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା କଲେ ନାହିଁ କି ପଦଟିଏ ମହିଳାମାନଙ୍କ ସୁରକ୍ଷା ଉପରେ ପଦଟିଏ କହିଲେ ନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମହିଳା କମିଶନ ବି ଏହି ଘଟଣାରେ ଚୁପ୍ ବସିଛନ୍ତି ତୁରନ୍ତ ପୋଲିସ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । ଟ୍ରାଫିକ ସୁରକ୍ଷା ନିୟମ ଯେପରି ପାଳନ କରାଯାଉଛି ଠିକ୍ ସେହିପରି ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ଅଂଟା ଭିଡିବା ଦରକାର । ଓଭରଟେଂକିକୁ ଚେକ୍ କରିବା ପାଇଁ ରାଜ୍ୟସରକାର ଡ୍ରୋନ କ୍ୟାମେରା ଉଡାଇବା କଥା କହୁଛନ୍ତି । କିନ୍ତୁ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ମହିଳା ବିରୋଧୀ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବି ପୋଲିସ ପ୍ରଶାସନ ଡ୍ରୋନ ଲଗାନ୍ତୁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ୧୨,୬୮୩ଟି ହତ୍ୟାକାଣ୍ଡ ଓ ୧୬,୫୯୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ୨୦୧୦ରୁ ୨୦୧୮ ଅର୍ଥାତ୍ ୯ ବର୍ଷର ରିପୋର୍ଟରେ ଏଭଳି ସମ୍ବେଦନଶୀଳ ଅପରାଧ ଜନିତ ୬୫ ପ୍ରତିଶତ ମାମଲା କ୍ଷେତ୍ରରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ କରିବାରେ ବ୍ୟର୍ଥ ହୋଇଛି । ଫଳରେ ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି । ଦୁର୍ଷ୍କମ ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଶାସକ ଦଳର ପୃଷ୍ଠ ପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ଅନ୍ୟପଟେ ପୁଲିସ୍ ପ୍ରାଥମିକ ତଦନ୍ତ କରିବାରେ ଅହେତୁକ ବିଳମ୍ବ ଓ ଚାର୍ଜସିଟ୍ ଦାଖଲରେ ଢିଲାପଣ ଯୋଗୁ ଅପରାଧୀମାନେ ଖସି ଯାଉଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଆସ୍କା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ, ସଂପାଦିକା ରଶ୍ମିରେଖା ଦାସ, ଐଶ୍ୱର୍ଯ୍ୟା ବିଶ୍ୱାଳ, କିଷ୍ଣା ମହାନ୍ତି, ଯାଜ୍ଞସେନୀ ଜେନା, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମହିଳା କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ ।Body:HConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.