ETV Bharat / city

କୃଷକ ସମସ୍ୟା ପ୍ରସଙ୍ଗରେ BJP କେବଳ ରାଜନୀତି କରୁଛି: BJD

BJP ନେତା ପ୍ରଦୀପ ପୁରୋହିତ ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀର ପ୍ରତିକ୍ରିୟା ରଖିଲା BJD । BJP ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରୁଛି ବୋଲି କହିଲେ ଦଳୀୟ ମୁଖପାତ୍ର ସଞ୍ଜୟ ବାବୁ । ଅଧିକ ପଢନ୍ତୁ....

?ସମସ୍ୟା ପ୍ରସଙ୍ଗରେ BJP କେବଳ ରାଜନୀତି କରୁଛି: BJD
କୃଷକ ସମସ୍ୟା ପ୍ରସଙ୍ଗରେ BJP କେବଳ ରାଜନୀତି କରୁଛି: BJD
author img

By

Published : Oct 11, 2021, 8:16 PM IST

ଭୁବନେଶ୍ବର: ଆମେ ଆଶା କରିଥିଲୁ BJP ନେତା ପ୍ରଦୀପ ପୁରୋହିତ ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀରେ କୃଷକଙ୍କ ସ୍ବାର୍ଥ ସପକ୍ଷରେ କିଛି କହିବେ । ଯାହା ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ହେଲେ ଏହା ବଦଳରେ ସେ ଶସ୍ତା ରାଜନୀତି କରିଛନ୍ତି । ଏହା ସହିତ ଲକ୍ଷଲକ୍ଷ କୃଷକ ଏବଂ ସେମାନଙ୍କ ପରିବାରକୁ ପ୍ରଭାବିତ କରୁଥିବା ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି BJD ମୁଖପାତ୍ର ସଞ୍ଜୟ ବାବୁ ।

BJP ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ BJD ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ, କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି BJP । ଏହା ପରିବର୍ତ୍ତେ କେନ୍ଦ୍ରରେ ତାଙ୍କ ଦଳ ପରିଚାଳିତ ସରକାର ଓଡିଶାରୁ କିଭଳି ନିୟମିତ ଭାବେ ଉଷୁନା ଚାଉଳ ଉଠାଇବେ ସେହି ଦାବି କରିବା ଉଚିତ । ଯାହା ରାଜ୍ୟର କୃଷକଙ୍କ ସ୍ବାର୍ଥକୁ ସୁରକ୍ଷିତ କରିପାରିବ ।

ଓଡ଼ିଶା ବିଧାନସଭାର ବିଧାୟକ ଥିବାବେଳେ ପ୍ରଦୀପ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨,୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଆସିଥିବା ସଂକଳ୍ପକୁ ସମର୍ଥନ କରିଥିଲେ,ଆଜି କିନ୍ତୁ ଚୁପ୍ ଅଛନ୍ତି । କୃଷକଙ୍କ ସହାୟତା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦେଢ ଗୁଣ ବୃଦ୍ଧି କରିବା ସହିତ ସ୍ବାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ସେ ଦାବି କରିବା ଉଚିତ୍ ।

ପ୍ରଦୀପ କେବଳ କୃଷକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି । ତାଙ୍କର କୃଷକ ବିରୋଧୀ ମାନସିକତା ଆଜି ଓଡିଶାର କୃଷକଙ୍କ ସମ୍ମୁଖରେ ଧରା ପଡିଯାଇଛି । BJD ସବୁବେଳେ କହିଆସୁଥିବା କଥା ସତ୍ୟ ପ୍ରମାଣିତ ହୋଇଛି । ଜାତୀୟ ଦଳର ଓଡିଶା ନେତାମାନେ ଦିଲ୍ଲୀରେ ସେମାନଙ୍କ ଦଳ ପରିଚାଳିତ ସରକାର ନିକଟରେ ଓଡିଶାର ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତି ନାହିଁ ବୋଲି କହିଛନ୍ତି ସଂଜୟ ବାବୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.