ETV Bharat / city

ଝାରପଡା ହାଟ ଉଚ୍ଛେଦ ମାମଲା: OHRCଙ୍କ ନିକଟରେ ଫେରାଦ ହେଲା BJP

author img

By

Published : Apr 8, 2022, 9:56 PM IST

ଜଧାନୀରେ ଝାରପଡା ହାଟ ଉଚ୍ଛେଦ ମାମଲାକୁ ବିରୋଧ କରି ବିଜେପିର ଏକ ୭ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି । ଅଧିକ ପଢ଼ନ୍ତୁ

ଝାରପଡା ହାଟ ଉଚ୍ଛେଦ ମାମଲା: OHRCଙ୍କ ନିକଟରେ BJPର ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଝାରପଡା ହାଟ ଉଚ୍ଛେଦ ମାମଲାକୁ ବିରୋଧ କରି ବିଜେପିର ଏକ ୭ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି(ଶୁକ୍ରବାର) ବିନା କୌଣସି ନୋଟିସ ଦେଇ ରାତି ଅଧରେ ଝାରପଡା ହାଟ ଉଚ୍ଛେଦ କରିଛି ବିଡିଏ । ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ ସେଠାରେ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ଲୋକେ ।

ଏହା ବି ପଢ଼ନ୍ତୁ ଝାରପଡା ଗଣେଶ ମାର୍କେଟ ଜବରଦଖଲ ଉଚ୍ଛେଦ, ତରବରିଆ ନିଷ୍ପତ୍ତିକୁ ବିରୋଧ

ସ୍ଥାନୀୟ ବ୍ୟବସାୟୀଙ୍କ ବିରୋଧ ସ୍ବରରେ ସ୍ବର ମିଳାଇଛି ବିଜେପି । ଏହାକୁ ନେଇ ପ୍ରଶାସନର ମାନବିକତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ ନସରୁଣୁ ପ୍ରଶାସନ ଗରିବଙ୍କ ଉପରେ ଦାଉ ସାଧିବା ଆରମ୍ଭ କରିଥିବା ବିଜେପି ଅଭିଯୋଗ କରିଛି । ୫ଶହ ପରିବାରକୁ ବିଡିଏ ଅସହାୟ କରି ଦେଇଥିବା ଅଭିଯୋଗ ହୋଇଛି । ବିଜେପିର ଅଭିଯୋଗ ପରେ ପ୍ରଶାସନ ସହ ମାନବାଧିକାର କମିଶନ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମାନବାଧିକାର କମିଶନ ।

ଭୁବନେଶ୍ୱର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି(ଶୁକ୍ରବାର) ଏହି ଉଚ୍ଛେଦ କରାଯାଇଥିଲା । ପୂର୍ବରୁ ଦୁଇଦୁଇ ଥର ଏହି ସ୍ଥାନକୁ ଖାଲି କରାଯିବା ପାଇଁ ବିଡିଏ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା । ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.