ଭୁବନେଶ୍ବର : ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ମୁଖପାତ୍ର ଚିନ୍ମୟ ସାହୁ । ଆଜି ବିଜେପି ପକ୍ଷରୁ ଜଣେ ହତ୍ୟା ଅଭିଯୁକ୍ତ ତଥା ଜେଲ ଫେରନ୍ତା ବ୍ୟକ୍ତି ଇରାଶିଷ ଆଚାର୍ଯ୍ୟ ଗଣମାଧ୍ୟମକୁ ସମ୍ବୋଧନ କରୁଛନ୍ତି । ଏହା ଦେଖିବା ପ୍ରକୃତରେ ଲଜ୍ଜାଜନକ ଅଟେ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି ଯେ, ଏହା ସ୍ୱାଭାବିକ ଭାବରେ ଆଶା କରାଯାଏ ଯେ ଜଣେ ହତ୍ୟାକାରୀ ଯିଏ କି ଅନେକ ମାସ ଜେଲରେ ବିତାଇଛନ୍ତି ।
ସିଏ ଜଣେ ମହିଳାଙ୍କ ବିରୋଧରେ ଚାଲିଥିବା ଏପରି ସମ୍ବେଦନଶୀଳ ଜଘନ୍ୟ ଅପରାଧର ରାଜନୀତିକରଣ କରିବାକୁ ଚେଷ୍ଟା କରିବା । ଇରାଶିଷ ଆଚାର୍ଯ୍ୟଙ୍କ ଭଳି ବିଜେପି ନେତାମାନେ କିଭଳି ରାଜନୀତିରେ ତିଷ୍ଠି ରହିବାକୁ ଟିଭିରେ ମୁହଁ ଦେଖାଇବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଚଳାଇଛନ୍ତି । ଅତ୍ୟନ୍ତ ଘୃଣ୍ୟ ବିଷୟ ହେଉଛି ଓଡିଶା ବିଜେପିର ଜଣେ ଅପରାଧିଙ୍କ ପାଇଁ ତଳକୁ ଖସିଯାଇଛି । ଯିଏ ଗିରଫ ହୋଇ ଜେଲରେ ଥିଲେ । ସିଏ ଏବେ ଜଣେ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ