ଭୁବନେଶ୍ବର: ଓଡ଼ିଶାକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ତିନି ଦିନିଆ ଗସ୍ତ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତିନି ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରି ବଡ଼ଦାଣ୍ଡରେ ଦଣ୍ଡବତ କରିଥିଲେ । ଏହାକୁ ନେଇ ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଫଟୋ ସେୟାର କରିବା ସହ ରାଜ୍ୟବାସୀଙ୍କ ସୁଖଶାନ୍ତି କାମନା କରିଥିଲେ ।
-
ମହାପ୍ରଭୁଙ୍କ କୃପାରୁ ସମସ୍ତେ ସୁଖ ଓ ଶାନ୍ତିରେ ରୁହନ୍ତୁ, ଏହା ହିଁ କାମନା ।
— Dharmendra Pradhan (@dpradhanbjp) August 19, 2021 " class="align-text-top noRightClick twitterSection" data="
ଜୟ ଜଗନ୍ନାଥ 🙏 pic.twitter.com/DLLa9B7oh4
">ମହାପ୍ରଭୁଙ୍କ କୃପାରୁ ସମସ୍ତେ ସୁଖ ଓ ଶାନ୍ତିରେ ରୁହନ୍ତୁ, ଏହା ହିଁ କାମନା ।
— Dharmendra Pradhan (@dpradhanbjp) August 19, 2021
ଜୟ ଜଗନ୍ନାଥ 🙏 pic.twitter.com/DLLa9B7oh4ମହାପ୍ରଭୁଙ୍କ କୃପାରୁ ସମସ୍ତେ ସୁଖ ଓ ଶାନ୍ତିରେ ରୁହନ୍ତୁ, ଏହା ହିଁ କାମନା ।
— Dharmendra Pradhan (@dpradhanbjp) August 19, 2021
ଜୟ ଜଗନ୍ନାଥ 🙏 pic.twitter.com/DLLa9B7oh4
ଏପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଟ୍ବିଟ୍ ନେଇ ତେରଛା ବାଣ ମାରିଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଟ୍ବିଟ୍ କରି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ଅରୁଣ । ସେ ଟ୍ବିଟ୍ କରିଛନ୍ତି ଯ, "ଲୋକଙ୍କ ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା ଓ ନିରନ୍ତର ସେବା ଦେଇ ଆଶୀର୍ବାଦ ଲାଭ କରିବା ମଧ୍ୟରେ ପାର୍ଥକ୍ୟକୁ ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ।"
କାହାର ନାମ ନେଇ ନଥିଲେ ସୁଦ୍ଧା ଧର୍ମେନ୍ଦ୍ରଙ୍କ ଫଟୋ ସେୟାର ହେବା ପରେ, ଅରୁଣଙ୍କ ଏଭଳି ଟ୍ବିଟରେ କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡ଼ିଛି । ଏହାକୁ ନେଇ ବର୍ତ୍ତମାନ ଓଡ଼ିଶା ରାଜନୀତିରେ ଆଶୀର୍ବାଦ ପଲିଟିକ୍ସ ଚର୍ଚ୍ଚା ଆରମ୍ଭ ହେଉଛି । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଆସିବା ପରେ ବିଜେପି ମଧ୍ୟ ଚୁପ୍ ବସି ନାହିଁ ।
-
ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା -
— Dr. Arun Kumar Sahoo (@dr_arunsahoo) August 20, 2021 " class="align-text-top noRightClick twitterSection" data="
ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା -
ଉଭୟ ଭିତରେ ଫରକ ଓଡ଼ିଶା ବାସୀଙ୍କୁ ଜଣା ଅଛି ।@Naveen_Odisha @CMO_Odisha @bjd_odisha @BJDITWing @BYJD_Odisha @odishabcjd @BMJD_Odisha @BKJD_Odisha
">ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା -
— Dr. Arun Kumar Sahoo (@dr_arunsahoo) August 20, 2021
ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା -
ଉଭୟ ଭିତରେ ଫରକ ଓଡ଼ିଶା ବାସୀଙ୍କୁ ଜଣା ଅଛି ।@Naveen_Odisha @CMO_Odisha @bjd_odisha @BJDITWing @BYJD_Odisha @odishabcjd @BMJD_Odisha @BKJD_Odishaସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା -
— Dr. Arun Kumar Sahoo (@dr_arunsahoo) August 20, 2021
ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା -
ଉଭୟ ଭିତରେ ଫରକ ଓଡ଼ିଶା ବାସୀଙ୍କୁ ଜଣା ଅଛି ।@Naveen_Odisha @CMO_Odisha @bjd_odisha @BJDITWing @BYJD_Odisha @odishabcjd @BMJD_Odisha @BKJD_Odisha
ଶ୍ରୀମନ୍ଦିରରେ ସେବାୟତଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଭାଇରାଲ ହୋଇଥିବା ଏକ ଫଟୋକୁ ଟ୍ବିଟ୍ କରି ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ ଟ୍ବିଟ୍ କରିଛନ୍ତି ଯେ, "ମହାପ୍ରଭୁଙ୍କ ପାଖେ ସମର୍ପିତ ହୋଇ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିବା ଓ କ୍ଷମତାର ଅପବ୍ୟବହାର କରି ଅଏଶ କରିବା, ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଠିକ ଭାବରେ ଦେଖାଯାଉଛି । ଏହାକୁ ନେଇ ସେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏ ଫଟୋରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶ୍ରୀମନ୍ଦିର ଆଗରେ ଅଧିଆ ପଡ଼ିଥିବା ଦେଖାଯାଇଛି । ଅନ୍ୟ ଏକ ଫଟୋରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ସହ ଶୋଇଥିବା ଦେଖିବାକୁ ମିଳିଛି । ସେହି ସମୟରେ ମଧ୍ୟ ଏହି ଫଟୋ ଭାଇରାଲ ହେବାପରେ ମନ୍ତ୍ରୀଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।
-
ମହାପ୍ରଭୁଙ୍କ ପାଖେ ସମର୍ପିତ ହୋଇ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିବା -
— Lekha Samantsinghar (@DrLekhaShree) August 20, 2021 " class="align-text-top noRightClick twitterSection" data="
କ୍ଷମତାର ଅପବ୍ୟବହାର କରି ଅଏଶ କରିବା..
ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଳ ଜଳ ଦିଶୁଛି । #JanAshirwadYatra VS #BibhratYatra pic.twitter.com/Sd2UuRWkdR
">ମହାପ୍ରଭୁଙ୍କ ପାଖେ ସମର୍ପିତ ହୋଇ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିବା -
— Lekha Samantsinghar (@DrLekhaShree) August 20, 2021
କ୍ଷମତାର ଅପବ୍ୟବହାର କରି ଅଏଶ କରିବା..
ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଳ ଜଳ ଦିଶୁଛି । #JanAshirwadYatra VS #BibhratYatra pic.twitter.com/Sd2UuRWkdRମହାପ୍ରଭୁଙ୍କ ପାଖେ ସମର୍ପିତ ହୋଇ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିବା -
— Lekha Samantsinghar (@DrLekhaShree) August 20, 2021
କ୍ଷମତାର ଅପବ୍ୟବହାର କରି ଅଏଶ କରିବା..
ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଳ ଜଳ ଦିଶୁଛି । #JanAshirwadYatra VS #BibhratYatra pic.twitter.com/Sd2UuRWkdR
ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି । ବିରୋଧୀ ଦଳ ଶାସକ ଦଳ ଉପରେ ନଜର ରଖିଛି । ସେପଟେ ଶାସକ ଦଳ ମଧ୍ୟ ବିରୋଧିଙ୍କ ଗୋଟିଏ ଗୋଟିଏ ଗତିବିଧି ଉପରେ ନଜର ରଖି ଟାର୍ଗେଟ କରିବାକୁ ଭୁଲିନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଚର୍ଚ୍ଚାରେ ରହିବାକୁ ଉଭୟ ଦଳ ଏଭଳି କରୁଥିବା ଚର୍ଚ୍ଚା ହେଉଛି ।
ସେପଟେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ କେନ୍ଦ୍ର ରେଳ ମନ୍ତ୍ରୀ ରେଳ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କରିବାକୁ ରାୟଗଡ଼ା ଗସ୍ତ କରିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୁବନେଶ୍ବରରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ