ଭୁବନେଶ୍ବର: ଥାନାରୁ ମିଳିଲା ଚୋରି ହୋଇଥିବା ସାମଗ୍ରୀ । ପୋଲିସ ଅଭିଯୋଗକାରୀଙ୍କୁ ବାଣ୍ଟିଛି ଚୋରି ହୋଇଥିବା ସାମଗ୍ରୀ । ଆଜି ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରର ଏୟାରଫିଲ୍ଡ ଥାନାରେ ।
ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସମୟରେ ଚୋରି ହୋଇଥିବା ମଟର ସାଇକେଲ, ଲାପଟପ, ମୋବାଇଲ ଭଳି ସାମଗ୍ରୀ ଫେରାଉଛି ପୋଲିସ । ଏନେଇ ଅଭିଯୋଗକାରୀମାନେ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ କରିଥିଲେ । ପର୍ଯ୍ୟାୟ କ୍ରମେ ଅଭିଯୁକ୍ତ ଧରାପଡିବା ପରେ ସେମାନଙ୍କଠୁ ଜବତ ହୋଇଛି ଚୋରି ସାମଗ୍ରୀ।
ଏହା ପରେ ସେ ସବୁ ସାମଗ୍ରୀକୁ ଅଭିଯୋଗକାରୀଙ୍କ ସେମାନଙ୍କ ନାମ ଓ ଠିକଣା ଆଧାରରେ ଯୋଗାଯୋଗ କରାଯାଇ ସେମାନଙ୍କୁ ଫେରେଇବା ପାଇଁ ପ୍ରୟାସ ହୋଇଛି। ଏନେଇ ଥାନାରେ ଚୋରି ସାମଗ୍ରୀର ମେଳା କରାଯାଇଛି ଏବଂ ଅଭିଯୋଗକାରୀଙ୍କୁ ଦିଆଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ