ଭୁବନେଶ୍ବର: ବୁଧବାର ରାଜ୍ୟ କ୍ୟାବିନେଟର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ସାଢେ 5ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ କ୍ୟାବିନେଟର ମୋହର ବାଜିବ । ଲୋକସେବା ଭବନରେ କିଛି ମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଏହା ସହ ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ମନ୍ତ୍ରୀମାନେ ଯୋଗଦେବେ ।
ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକରେ ୧୮ଟି ଏଜେଣ୍ଡା ଉପରେ ଆଲୋଚନା ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ