ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ସ୍କୁଲ । ପାଗର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ପୂର୍ବରୁ ଜୁନ ୨୬ ତାରିଖରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ।
ଖରା କମିଯିବାରୁ ସରକାର ପୂର୍ବ ନିଷ୍ପତ୍ତି ବଦଳାଇ କାଲିଠାରୁ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । କାଲି ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ