ଭୁବନେଶ୍ବର: ସରିଛି ପାଟକୁରା ଫାଇଟ୍ । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସମୁଦାୟ 72.75 ପ୍ରତିଶତ ମତଦାତା ପାଟକୁରା ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିଛନ୍ତି । ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମତଦାନ ହାର ବଢିଥିବା ଜଣାପଡିଛି ।
ଗତକାଲି(ଶନିବାର) ପାଟକୁରାରେ ନିର୍ବାଚନ ହୋଇଥିବାବେଳେ ଆସନ୍ତା 24 ତାରିଖରେ ଅର୍ଥାତ୍ ବୁଧବାର ଗଣତି ହେବ । ସୂଚନା ଥାଉକି, ସାଧାରଣ ନିର୍ବାଚନ ସମୟରେ ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଦେହାନ୍ତ ହୋଇଯିବାରୁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ବାତ୍ୟା ‘ଫନି’ ପାଇଁ ଆଉ ଥରେ ନିର୍ବାଚନ ଘୁଞ୍ଚିଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ