ETV Bharat / city

ଇନଷ୍ଟାଗ୍ରାମରେ ସାମିଲ ହେଲେ 5ଟି ସଚିବ ଭି.କେ ପାଣ୍ଡିଆନ - ଭିକେ ପାଣ୍ଡିଆନ୍‌ଙ୍କ ଇନ୍‌ଷ୍ଟଗ୍ରାମ ଆକାଉଣ୍ଟ

ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି ରାଜ୍ୟ ସରକାରଙ୍କ 5ଟି ସଚିବ ଭି.କେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ଇନଷ୍ଟାଗ୍ରାମରେ ସାମିଲ ହେଲେ 5ଟି ସଚିବ ଭି.କେ ପାଣ୍ଡିଆନ

author img

By

Published : Jul 1, 2022, 8:08 PM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି ରାଜ୍ୟ ସରକାରଙ୍କ 5ଟି ସଚିବ ଭି.କେ ପାଣ୍ଡିଆନ । ସୋସିଆଲ ସାଇଟ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି ଭି.କେ ପାଣ୍ଡିଆନ । ତେବେ ଇନ୍‌ଷ୍ଟାଗ୍ରାମରେ ଜଏନ କରୁକରୁ ଭି.କେଙ୍କ ଆକାଉଣ୍ଟକୁ ବ୍ଲ୍ୟୁ ଟିକ ମିଳିଛି ବା ଭେରିଫାଏଡ ହୋଇଛି । ଏକବିଂଶ ଶତାବ୍ଦୀରେ ଆମ ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କୌଣସି ନା କୌଣସି ସୋସିଆଲ ସାଇଟରେ ସାମିଲ ଅଛେ । ନିଜର ମତ ଓ ବାର୍ତ୍ତା ନିକଟ ସମ୍ପର୍କୀୟ, ବନ୍ଧୁ, ପରିଜନଙ୍କ ନିକଟରେ ଅତି ସହଜରେ ପହଞ୍ଚାଉଛେ । କିନ୍ତୁ 5ଟି ସଚିବ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ପରି କୌଣସି ସୋସିଆଲ ସାଇଟ ସାମିଲ ନଥିଲେ ।

ଇନଷ୍ଟାଗ୍ରାମରେ ସାମିଲ ହେଲେ 5ଟି ସଚିବ ଭି.କେ ପାଣ୍ଡିଆନ
ଇନଷ୍ଟାଗ୍ରାମରେ ସାମିଲ ହେଲେ 5ଟି ସଚିବ ଭି.କେ ପାଣ୍ଡିଆନ

ସମୟକୁ ତାଳ ଦେଇ ଆଗକୁ ବଢିବାକୁ ପଡିବ ବୋଲି ହୃଦବୋଧ କରିଛନ୍ତି ବରିଷ୍ଠ ପ୍ରଶାସକ ଭିକେ ପାଣ୍ଡିଆନ୍‌ । ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଭି କେ ଆକାଉଣ୍ଟ କେବେ ଖୋଲିଛନ୍ତି ସଠିକ ଭାବେ ଜଣାପଡିନଥିଲେ ସୁଦ୍ଧା ଭି.କେଙ୍କ ଆକାଉଣ୍ଟ ଭେରିଫାଏଡ ହୋଇଛି । ସେ ପ୍ରଥମ ପୋଷ୍ଟ ଚଳିତ ବର୍ଷ ମେ 9 ତାରିଖରେ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀ ରଥ ଖଳାରେ କାରିଗର ରଥ ନିର୍ମାଣ ଫଟୋଟି ପୋଷ୍ଟ ହୋଇଛି । ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ସେ 10ଟି ପୋଷ୍ଟ କରିଛନ୍ତି । ଏହି 10 ପୋଷ୍ଟ ମଧ୍ୟରୁ ଅଧିକାଂଶ ଶ୍ରୀମନ୍ଦିର ସମ୍ପର୍କିତ ଫଟୋ ରହିଛି । ଏହାସହ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ସମୟର ଫଟୋ ମଧ୍ୟ ରହିଛି । ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ତାରାତାରିଣୀ ମନ୍ଦିର ପୁନର୍ବିନ୍ୟାସର ପରିକଳ୍ପନା କରିଥିଲେ ପାଣ୍ଡିଆନ । ଯାହା କିଛି ଦିନ ପୂର୍ବରୁ ନୂଆ ରୂପ ପାଇଛି । ତାହା ସହ ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି, ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ସମ୍ବର୍ଦ୍ଧନା, ରୋମ ଓ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନାର ଫଟୋ ପୋଷ୍ଟ ହୋଇଛି ।

ଇନଷ୍ଟାଗ୍ରାମରେ ଭିକେ ପାଣ୍ଡିଆନ 7ଟି ଆକାଉଣ୍ଟକୁ ଫଲୋ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମିଶନ ଶକ୍ତି, ଜଗନ୍ନାଥ ଧାମ, ସ୍ପୋର୍ଟସ ଓଡ଼ିଶା, ଓଡିଶା ଟୁରିଜିମ, ସ୍କଲି ଓଡ଼ିଶା ଆକାଉଣ୍ଟକୁ ସେ ଫଲୋ କରିଛନ୍ତି । ସ୍ୱଳ୍ପ ଦିନର ଆକାଉଣ୍ଟ ହୋଇଥିଲେ ମଧ୍ୟ 26 ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବରିଷ୍ଠ ପ୍ରଶାସକ, ସାଂସଦ, ବିଧାୟକ ଓ ବରିଷ୍ଠ ସାମ୍ବାଦିକ ମଧ୍ୟ ରହିଛନ୍ତି । ପୂର୍ବରୁ ଭି କେ ପାଣ୍ଡିଆନଙ୍କ ନାଁରେ ଅନେକ ଫେକ ଫେସବୁକ ଆକାଉଣ୍ଟ ଓ ଫ୍ୟାନ ପେଜ ଖୋଲା ଯାଇଛି । କିନ୍ତୁ ପ୍ରଥମ ଥର ସୋସିଆଲ ସାଇଟରେ ସାମିଲ ହୋଇଥିବାରୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗାମୀ ଦିନରେ ସେ ଫେସବୁକ, ଟ୍ୱିଟର ପରି ସୋସିଆଲ ସାଇଟରେ ସାମିଲ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.