ETV Bharat / city

ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ବାଚସ୍ପତି ସୂର୍ଯ୍ୟ ପାତ୍ର - speaker of odisha Bidhansava Surya Patra

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ନିଜ ନିର୍ବାଚନ ମଣ୍ଡଳିକୁ ଦିନିକିଆ ଗସ୍ତରେ ଆସିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେଇଥିଲେ ସୂର୍ଯ୍ୟ ପାତ୍ର ।

ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ବାଚସ୍ପତି ସୂର୍ଯ୍ୟ ପାତ୍ର

author img

By

Published : Sep 1, 2020, 10:32 PM IST

ବ୍ରହ୍ମପୁର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ନିଜ ନିର୍ବାଚନ ମଣ୍ଡଳିକୁ ଦିନିକିଆ ଗସ୍ତରେ ଆସିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେଇଥିଲେ ସୂର୍ଯ୍ୟ ପାତ୍ର । ମଙ୍ଗଳବାର ଦିଗପହଣ୍ଡି ଗସ୍ତରେ ଆସି ପ୍ରଥମେ ବ୍ଳକର ପଦ୍ମନାଭପୁର ଗ୍ରାମରେ ପହଞ୍ଚି ଦେଢ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ରାଧାନାଥ ପାଠାଗାରର ଉଦଘାଟନ କରିବା ପରେ ୭ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମୀଣ ବଜାର ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ କରିଥିଲେ ବାଚସ୍ପତି ।

ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ବାଚସ୍ପତି ସୂର୍ଯ୍ୟ ପାତ୍ର

ଏହା ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ‘ଓଡ଼ିଶା- ମୋ ପରିବାର’ ଆନୁକୂଲ୍ୟରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ପରେ ବଡଡୁମୁଳା ପଞ୍ଚାୟତ ଅନ୍ତର୍ଗତ ବାଗଡା ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ୫୨ ଲକ୍ଷ ଟଙ୍କା ଦେୟରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ କାର୍ଯ୍ୟର ଭୂମିପୁଜା କରିଥିଲେ ।

ସେହିପରି କରପଡା ପଞ୍ଚାୟତ ଅନ୍ତର୍ଗତ ବାଲିଝୋଡି ଗ୍ରାମରେ ଆମ ଗାଁ ଆମ ବିକାଶ କାର୍ଯ୍ୟରେ ଦିଆଯାଇଥିବା କମ୍ଯୁନିଟି ହଲ, ହରିଜନ ସାହିିିରେ ନବନିର୍ମିତ କୋଠଘରର ଉଦଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣା ନିୟମ ଅନୁଯାଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ଓଏସଡି ରାଜକିଶୋର ପଟ୍ଟନାୟକ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ବିଡ଼ିଓ ହଳଧର ଶବରଙ୍କ ସମେତ ବହୁ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.