ବ୍ରହ୍ମପୁର: ଦିଲ୍ଲୀର ଜେଏନୟୁ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ସଭାପତି ସମେତ ବହୁ ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରାଯିବା ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ କରାଯାଉଛି । ଯାହାକୁ ନେଇ ବ୍ରହ୍ମପୁର ସହରରେ ମିଳିତ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସହରର ଖଲ୍ଲିକୋଟ କଲେଜ ସାମ୍ନାରେ ଏଆଇଏସ୍ଏଫ୍ , ଏସ୍ଏଫ୍ଆଇ , ଡିୱାଇଏଫ୍ଆଇ ,ଏଆଇୱାଇଏଫ୍ ଭଳି ବିଭିନ୍ନ ଛାତ୍ର ଏବଂ ମହିଳା ସଙ୍ଗଠନ ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହ ଉକ୍ତ ଆକ୍ରମଣ ଘଟଣାରେ ସାମିଲ ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି ।
ଏହି ପ୍ରତିବାଦରେ ସାମିଲ ହୋଇଥିବା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା....
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ