ବ୍ରହ୍ମପୁର: ହନୁମାନ ପଇସା ଦେଇ ଦୁଇ କୋଟି ଟଙ୍କା ଠକେଇ କରିବା ଉଦ୍ୟମକୁ ପଣ୍ଡ କରିଛି ପୋଲିସ । ଏହି ମାମଲାରେ ପୋଲିସ ସାତ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରାଯାଇଛି ।
ପୋଲିସ ଅଭିଯୁକ୍ତଙ୍କ ଠାରୁ ତିନୋଟି ହନୁମାନ ପଇସା, ଦୁଇଟି ମୋଟର ସାଇକେଲ, ମ୍ୟାଗନେଟ୍, ସ୍ପିରିଟ୍ ସହ ଅନ୍ୟ କିଛି ଠକେଇ ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ। ଗିରଫ ପରେ ସାତ ଜଣଙ୍କୁ ଗିରଫ କରିବା କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଶାନ୍ତିନଗର ଅଞ୍ଚଳରେ ସୂର୍ଯ୍ୟ ପାତ୍ର ନାମକ ଯେଉଁ ବ୍ୟକ୍ତିଙ୍କ ଘରେ ଏହି କାରବାର ହୋଇଥିଲା ସେ ଫେରାର ହୋଇଯାଇଛନ୍ତି । ବ୍ରହ୍ମପୁର ବଡବଜାର ଥାନା ପୋଲିସ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ