ETV Bharat / city

ଆନ୍ଧ୍ରରୁ ଚାଲାଣ ହେଉଥିଲା ମାଙ୍କଡ଼, ମାଡି ବସିଲା ବନ ବିଭାଗ

ଧରା ପଡିଲେ ମାଙ୍କଡ ଚାଲାଣ ତସ୍କରୀ । 8ଟି ବ୍ୟାଗରେ ମାଙ୍କଡଙ୍କୁ ଭର୍ତ୍ତି କରି ଆନ୍ଧ୍ରରୁ ଚାଲାଣ ହେଉଥିଲା । ମାଙ୍କଡ଼ ଚାଲାଣ ଅଭିଯୋଗରେ ଦୁଇଜଣ ଗିରଫ । ବନ ବିଭାଗ ୧୦ଟି ମୃତ ଓ ୫ଟି ଜୀବନ୍ତ ମାଙ୍କଡ଼ ଉଦ୍ଧାର କରିଛି । ଅଧିକ ପଢନ୍ତୁ

ମାଙ୍କଡ ଚାଲାଣ ନେଇ 2 ଜଣଙ୍କୁ ବାନ୍ଧିଲା ବନ ବିଭାଗ

author img

By

Published : Sep 1, 2022, 4:04 PM IST

ବ୍ରହ୍ମପୁର: ଧରା ପଡିଲେ ମାଙ୍କଡ ଚାଲାଣ ତସ୍କରୀ । ଆନ୍ଧ୍ରରୁ ମାଙ୍କଡ ଧରି ଗଞ୍ଜାମକୁ ଚାଲାଣ ବେଳେ ମାଡି ବସିଲା ବନ ବିଭାଗ । 8ଟି ବସ୍ତାରେ ମାଙ୍କଡଙ୍କୁ ଭର୍ତ୍ତି କରି ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଛାଡିବା ବେଳେ ଶ୍ବାସରୁଦ୍ଧ ହୋଇ ୧୦ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୋଟ 15ଟି ମାଙ୍କଡ ଚାଲାଣ ହେଉଥିଲା । ସେଥିରୁ ସୁସ୍ଥ 5ଟି ମାଙ୍କଡଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ବନ ବିଭାଗ ।

ସୂଚନା ଅନୁଯାୟୀ, ଆନ୍ଧ୍ର ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଏକ ଡାଲା ଅଟୋ ରିକ୍ସାରେ ମାଙ୍କଡ଼ ଧରି ଆସୁଥିଲେ ଓଡିଶା । ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିଲେ ୧୫ଟି ମାଙ୍କଡ଼ । ଏଣୁ ଲୋକେ ଅତିଷ୍ଠ ହୋଇ ତସ୍କରୀଙ୍କୁ ଟଙ୍କା ଦେଇଥିଲେ । ତସ୍କରୀ ଟଙ୍କା ନେଇ ମାଙ୍କଡ଼ଙ୍କୁ ଧରି ଆଣୁଥିଲେ ଓଡିଶା । 8ଟି ବେଗରେ ମାଙ୍କଡଙ୍କୁ ଭର୍ତ୍ତି କରି ଗଞ୍ଜାମ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଛାଡିବା ପାଇଁ ଆଣୁଥିଲେ । ବ୍ୟାଗରେ ମାଙ୍କଡ଼ ଭର୍ତ୍ତି କରି ଗଞ୍ଜାମର ତୁମ୍ବା ପଟକୁ ଆସୁଥିଲେ ଆନ୍ଧ୍ରର ଦୁଇ ଯୁବକ । ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ଠାରୁ ଖବର ପାଇ ବନ ବିଭାଗ ଜରଡା ନିକଟରେ ଡାଲା ଅଟୋକୁ ଅଟକାଇ ଯାଂଚ କରିଥିଲା । ଯାଂଚ ବେଳେ ୮ଟି ବେଗରେ ମାଙ୍କଡ଼ ଥିବା ଜଣା ପଡ଼ିଥିଲା । ବେଗ ଖୋଲିବା ପରେ ୧୦ଟି ମାଙ୍କଡ଼ର ମୃତଦେହ ମିଳିଥିଲା । ଶ୍ବାସରୁଦ୍ଧ ହୋଇ ମାଙ୍କଡ଼ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୫ଟି ଜୀବନ୍ତ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ । ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଏହା ବି ପଢନ୍ତୁ...ଅପରାଜିତାଙ୍କୁ ବିରୋଧ କରି ପଦରୁ ବହିଷ୍କୃତ ହେଲେ BJP ମଣ୍ଡଳ ସଭାପତି

ମାଙ୍କଡ ଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ହେଲେ ଶିକାକୁଲମ୍ ଅଞ୍ଚଳର ପି.ନାଗରାଜୁ ଓ ପଶ୍ଚିମ-ଗୋଦାବରୀ ଅଞ୍ଚଳର ରମେଶ ସିଂ । ଗିରଫ ଦୁଇଜଣ ଗାଁ ଲୋକଙ୍କ ଠାରୁ ଟଙ୍କା ନେଇ ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିବା ମାଙ୍କଡମାନଙ୍କୁ ଧରିବା ସହ ସେଠାରୁ ବହୁ ଦୂରରେ ନେଇ ଛାଡିଥାନ୍ତି । ସେମାନ ଧରିଥିବା ମାଙ୍କଡମାନେ ଦୀର୍ଘ ୧୦ଘଣ୍ଟା ବସ୍ତାରେ ପଶି ରହିବାରୁ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ସେପଟେ କେବଳ ଏମାନେ ଏହି କାର୍ଯ୍ୟ କରୁଥିଲେ ନାଁ କୈାଣସି ସ୍ଥାନକୁ ଚାଲାଣ କରୁଥିଲେ ତାର ତଦନ୍ତ ଚାଲିଥିବା ଡି.ଏଫ୍.ଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.