ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ 5 ଦିନିଆ ସଟଡାଉନ । ଆସନ୍ତା 9 ତାରିଖ ଗୁରୁବାରଠାରୁ 13 ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ 5 ଦିନିଆ ସଟଡାଉନ କରାଯିବ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ବ୍ରହ୍ମପୁର ମହାନଗର ସମେତ ୧୬ ଗୋଟି ଏନଏସି ଏବଂ ହିଞ୍ଜିଳି ପୈରପାଳିକା ସମେତ ଜିଲ୍ଲାର ଅଧିକ ଜନସଂଖ୍ୟା ବିଶିଷ୍ଟ 5ଗୋଟି ବ୍ଳକ ହେଡକ୍ବାଟରରେ ଏହି ପାଞ୍ଚ ଦିନିଆ ସଟଡାଉନ ହୋଇଥିବା ବେଳେ ଏହି ସମୟରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ପରୀକ୍ଷା ।
ଏଥିପାଇଁ 2ଶହ ଟିମ ଗଠନ କରାଯାଇଛି । ସହରାଞ୍ଚଳରେ ଥିବା ସମସ୍ତ ପରିବାରର ସ୍ବାସ୍ଥ୍ୟ ପରୀକ୍ଷା ପରେ ଗ୍ରାମାଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଣୁ ଆସନ୍ତାକାଲି(ବୁଧବାର) ସମସ୍ତେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ । 9ରୁ 14 ତାରିଖ ଯାଏ ହେବାକୁ ଥିବା ଏହି ସଟଡାଉନ ସମୟରେ ପନିପରିବା ଏବଂ ରାସନ ସାମଗ୍ରୀର ହୋମ ଡେଲିଭରି ହୋଇପାରିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ