ETV Bharat / city

ବାଲେଶ୍ଵରରେ ଆରମ୍ଭ ହେବ ଏମ୍ସ ହସ୍ପିଟାଲର ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ - ଏମ୍ସ ହସ୍ପିଟାଲ

ବାଲେଶ୍ଵରରେ ଆରମ୍ଭ ହେବ ଏମ୍ସ ହସ୍ପିଟାଲର ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିଶ୍ରୁତି ଦେଇଥିବା କହିଲେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି । ଅଧିକ ପଢନ୍ତୁ...

ଏମ୍ସ ହସ୍ପିଟାଲ
ଏମ୍ସ ହସ୍ପିଟାଲ
author img

By

Published : Nov 23, 2020, 7:52 PM IST

ବାଲେଶ୍ଵର: ଜିଲ୍ଲାରେ ଆରମ୍ଭ ହେବ ଏମ୍ସ ହସ୍ପିଟାଲର ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ । କାର୍ଯ୍ୟ ହେଉନଥିବାରୁ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଏବାବଦରେ ଜଣାଇଥିଲେ । ପରେ ମନ୍ତ୍ରୀ ଦୁଇ ତିନି ବର୍ଷ ଭିତରେ ବାଲେଶ୍ଵରରେ ଏମ୍ସ ହସ୍ପିଟାଲ ନିର୍ମାଣ ନେଇ ପ୍ରତିଶୃତି ଦେଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ପ୍ରକାଶ କରିଛନ୍ତି ।

ଏମ୍ସ ହସ୍ପିଟାଲ

ଏହାସହ ଏନେଇ ସେ ଦୁଇ କଂଗ୍ରେସ ନେତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ସେହିପରି ଜିଲ୍ଲାରେ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ କଂଗ୍ରେସ ସରକାର ବେଳେ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର ବିଜେଡି ଓ ବିଜେପି ଶାସନ କାଳରେ ଏବେ ଯାଏ ତାହା ସମ୍ଭବ ହୋଇ ପାରିନାହିଁ । ଏମ୍ସର କେବଳ ପାଚେରୀ ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ଏହାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିବା ସେ କହିଛନ୍ତି ।

ତେବେ ଏବାବଦରେ ଦୁଇ କଂଗ୍ରେସ ନେତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିବା ସେ କହିଛନ୍ତି । ପରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିର୍ମାଣ କାମ ନେଇ ପ୍ରତିଶ୍ରୁତି ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.