ETV Bharat / business

ଲଗାତାର 18 ଦିନରେ ପୁଣି ବଢିଲା ଦର, ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା

author img

By

Published : Jun 24, 2020, 9:36 AM IST

ଗତ 18 ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 8.50 ଟଙ୍କା ବୃଦ୍ଧି ପାଇଛି । ଡିଜେଲ ପ୍ରାୟ 10.48 ଟଙ୍କା ବୃଦ୍ଧି ଘଟିଛି ।

ଲଗାତାର 18 ଦିନରେ ପୁଣି ବଢିଲା ଦର,ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ଲଗାତାର 18 ଦିନରେ ପୁଣି ଦର ବୃଦ୍ଧି ଘଟିଛି । ପ୍ରଥମ ଥର ପେଟ୍ରୋଲକୁ ଅତିକ୍ରମ କରିଛି ଡିଜେଲ ଦର । ଡିଜେଲ ଦର 48 ପଇସାକୁ ବୃଦ୍ଧି ପାଇଛି । ବଳବତ୍ତର ରହିଛି ପେଟ୍ରୋଲ ମୂଲ୍ୟ । ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା 79.88 ଟଙ୍କା ଓ ପେଟ୍ରୋଲ 79.76 ଟଙ୍କାରେ ବିକ୍ରି ହେଉଛି ।

ଗତ ଗୁରୁବାର ଠାରୁ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମ୍ସି) କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଘଟିଛି । କୋରୋନା ମହାମାରୀ ପାଇଁ କ୍ଷତି ସହିଥିବା କମ୍ପାନୀଗୁଡିକ ଭରଣା କରିବାକୁ ଚେଷ୍ଟା କରୁଛନ୍ତି ।

ଗତ 18 ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 8.50 ଟଙ୍କା ବଢିଥିବାବେଳେ ଡିଜେଲ ପ୍ରାୟ 10.48କୁ ବୃଦ୍ଧି ପାଇଛି।

ମାର୍ଚ୍ଚ 14ରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା 3 ଟଙ୍କା ଏବଂ ପରେ ମେ 5 ରେ ପେଟ୍ରୋଲ ମାମଲାରେ ଲିଟର ପିଛା 10 ଟଙ୍କା ଏବଂ ଡିଜେଲ ଉପରେ 13 ଟଙ୍କା ବୃଦ୍ଧି କରିଥିଲେ। ଏହି ଦୁଇଟି ବୃଦ୍ଧି ସରକାରଙ୍କୁ ଅତିରିକ୍ତ ଟିକସ ରାଜସ୍ୱରେ 2 ଲକ୍ଷ କୋଟି ଟଙ୍କା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.