ETV Bharat / business

ଲକଡାଉନ: ଠପ ଗହଣା ଉଦ୍ୟୋଗ , 30 ପ୍ରତିଶତ କମିବ ସୁନା ଚାହିଦା

ଲକଡାଉନ ଜାରି । କମିବ ସୁନା ଚାହିଦା । ଅଧିକ ପଢନ୍ତୁ...

gold will come down by 30 percent in 2020 due to lockdown
ଠପ ଗହଣା ଉଦ୍ୟୋଗ
author img

By

Published : Apr 10, 2020, 8:44 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଜାରି । ସମସ୍ତେ ଘରେ ବନ୍ଦ । ବିବାହ ବ୍ରତ ଭଳି ସବୁ କାର୍ଯ୍ୟକ୍ରମ ସ୍ଥିଗିତ । ଏପରିକି ପର୍ବପର୍ବାଣୀ ପାଳନ ଉପରେ ବି ରୋକ ଲଗାଯାଇଛି । ଏଥିସହ କାମ ଠପ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ବି ଏତେଟା ଭଲ ନାହିଁ । ଫଳରେ ଗହଣା ଚାହିଦା ହ୍ରାସ ପାଇଛି ।

ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ରତ୍ନ ଏବଂ ଆଭୂଷଣ ଉଦ୍ୟୋଗର ଯୋଗଦାନ 7 ପ୍ରତିଶତ ରହିଥାଏ । ହେଲେ କୋରୋନା ସଙ୍କଟ ମଧ୍ୟରେ ସବୁ ବେହାଲ । ଉଦ୍ୟୋଗ ସଙ୍ଗଠନର ଆକଳନ ଅନୁଯାୟୀ କୋରୋନା ଯୋଗୁଁ 2020ରେ ଆଭୂଷଣ ଓ ସୁନା ଚାହିଦା 30 ପ୍ରତିଶତ ହ୍ରାସ ପାଇପାରେ ।

ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ(ଆଇସିସି) କହିଛି ଯେ, ଆଭୂଷଣ ଉଦ୍ୟୋଗର ପ୍ରଫିଟ ପ୍ରାୟତଃ ବିବାହ ସିଜନ ଉପରେ ନିର୍ଭର କରେ । ହେଲେ କୋରୋନା ଯୋଗୁଁ ଏସବୁ କାର୍ଯ୍ୟକ୍ରମ ରଦ୍ଦ ଯଏାଗୁଁ କିଣାବିକା ଆଉ ନାହିଁ ।

2020ରେ ସୁନା ଚାହିଦା 700ରୁ 800 ଟନ ରହିଥିବା ଅନୁମାନ କରାଯାଇଛି । କିନ୍ତୁ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଦାମରେ ଉଠାଣୀ-ଗଡାଣୀ ଲାଗି ରହିଛି । ଫଳରେ ଚାହିଦା ଆହୁରୀ ଖସୁଛି ।

ପ୍ରକାଶ ଯେ, ଭାରତରେ ବାର୍ଷିକ ସୁନା ଚାହିଦା 850 ଟନ ପାଖାପାଖୀ ରହିଥାଏ । ତେବେ ଲକଡାଉନ କାରଣରୁ ରୋଜଗାର ଏବଂ ଆମଦାନୀ କମିଥିବାରୁ ଏ ବର୍ଷ ଚାହିଦା 30 ପ୍ରତିଶତ ହ୍ରାସ ପାଇ 690 ଟନ ରହିବା ଅନୁମାନ କରାଯାଉଛି ବୋଲି ଆଇସିସି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.